ଉର୍ଦ୍ଦୁ ଏକାଡେମି ପକ୍ଷରୁ ଶାମ୍‌ ଏ ଗଜଲ୍‌

ଫୁଲ୍‌ ହେ, ଚାନ୍ଦ ହେ...

ଭୁବନେଶ୍ୱର: ବାହାରେ ବର୍ଷୁଥିଲା ଅଦିନିଆ ଝିପ୍‌ ଝିପ୍‌ ବର୍ଷା, ଶୀତରେ ଦେହ ଥରି ଯାଉଥିଲା। କିନ୍ତୁ ପ୍ରେକ୍ଷାଳୟରେ ଦର୍ଶକ ଗଜଲର ଉଷ୍ମତାରେ ମୁଗ୍ଧ ହୋଇଥିଲେ। ଅବସରଥିଲା ଓଡ଼ିଶା ଉର୍ଦ୍ଦୁ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ପ୍ରଖ୍ୟାତ ଗଜଲ ଗାୟିକା ଅନୀତା ପଣ୍ଡିତଙ୍କୁ ନେଇ ଶାମ୍‌ ଏ ଗଜଲ କାର୍ଯ୍ୟକ୍ରମ।

ବିଶିଷ୍ଟ ଗଜଲ୍‌ ଶିଳ୍ପୀଙ୍କ ଗୋଟିଏ ପରେ ଗୋଟିଏ ଗୀତ ପରିବେଷଣ କରି ଅନୀତା ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ପ୍ରଥମେ ହରିହରଞ୍ଜିଙ୍କ ଫୁଲ୍‌ ହେ ଚାନ୍ଦ ହେ ଗାଇଥିଲେ ଅନୀତା । ପରେ ପରେ ଗୁଲାମ ଅଲଜିଙ୍କ କହନା ଆକେ ରୁକନେ, ହାସନ ସାବ୍‌ଙ୍କ ଅବକେ ହମ୍‌ ବିଛ୍‌ଡେ ଶେଷରେ ଜଗଜିତ୍‌ ସିଂହଙ୍କ ଗରଜ୍‌ ବରଷ୍‌ ଆଦି ଅନୀତାଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା। ଏଥିସହିତ ତାରିକ ଅଜିଜ୍‌ଙ୍କ ସଙ୍ଗୀତରେ ମଧ୍ୟ ଶ୍ରୋତା ମତୁଆଲା ହୋଇଥିଲେ। କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ବିଧାୟକ ହାଜି ଆୟୁବ୍‌ ଖାଁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ। ଏକାଡେମିର ସମ୍ପାଦକ ଡ. ସୟଦ୍‌ ମୁଶିର ଆଲାମ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗୁଲସନ୍‌ ନଦିମ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର