ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଉନ୍ନତ ଲାପାରୋସ୍କୋପିକ୍ ଏବଂ ରେଟ୍ରୋପେରିଟୋନୋସ୍କୋପିକ୍ ୟୁରୋଲୋଜିକାଲ ସର୍ଜରୀ ଉପରେ ଏକ ଜାତୀୟ ଅସ୍ତ୍ରୋପଚାର କର୍ମଶାଳା, ୟୁରୋସ୍କୋପିଆ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଓଡ଼ିଶା ୟୁରୋଲୋଜି ଆସୋସିଏସନ୍ ସହିତ ମିଳିତ ଭାବରେ ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟେସନ୍ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆମ ରାଜ୍ୟରେ ପ୍ରଥମ। ସମ୍ପୂର୍ଣ ପୂର୍ବ ଭାରତର ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପାଲଟିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଏବଂ ଯୁବ ସର୍ଜନମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ପୂର୍ବ ଭାରତରେ ପ୍ରଥମ ଥର ପାଇଁ ପ୍ରଚଳିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଟୁବିଙ୍ଗେନ୍ ମଡେଲ୍ ବ୍ୟବହାର ମାଧ୍ୟମରେ ବିଶେଷଜ୍ଞମାନେ ଲାଇଭ୍ ଏବଂ ସେମି-ଲାଇଭ୍ ଅସ୍ତ୍ରୋପଚାର ସହିତ ତାଲିମକୁ ମିଶ୍ରଣ କରାଯାଇଥିଲା।
ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଆଡରେନାଲ୍ ଟ୍ୟୁମର, ବୃକକ୍ ଏବଂ ପ୍ରୋଷ୍ଟେଟ୍ କର୍କଟ ପାଇଁ ସର୍ବନିମ୍ନ ଅସ୍ତ୍ରୋପଚାର ପ୍ରକ୍ରିୟା ମାଧ୍ୟମରେ ରୋଗୀକୁ ଅଧିକ ଲାଭ ମିଳିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହି ସୃଜନାତ୍ମକ କର୍ମଶାଳାରେ ଉପସ୍ଥିତ ବିଶେଷଜ୍ଞମାନେ ଅତ୍ୟାଧୁନିକ ଶଲ୍ୟଚିକିତ୍ସା କୌଶଳଗୁଡ଼ିକ ଶୀଘ୍ର ଆରୋଗ୍ୟ ଏବଂ ଉନ୍ନତ କ୍ଲିନିକାଲ୍ ଫଳାଫଳ ଆଣିଦେଉଥିବା ସଂପର୍କରେ ଆଲୋକପାତ କରିଥିଲେ।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଜାତୀୟ ପ୍ରାସଙ୍ଗିକତାର ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆୟୋଜକ ଦଳକୁ ପ୍ରଶଂସା କରିଥିଲେ। ଏମ ଭୁବନେଶ୍ୱର ଉଚ୍ଚମାନର ଶଲ୍ୟଚିକିତ୍ସା ଶିକ୍ଷା ପ୍ରଦାନ ଏବଂ ରୋଗୀ ସେବାକୁ ଆଗକୁ ବଢାଇବାରେ ନେତୃତ୍ୱ ନେଇ ଚାଲିଥିବା ଡ. ବିଶ୍ୱାସ ମତ ଦେଇଥିଲେ।
ଆୟୋଜନ କମିଟି ଅଧ୍ୟକ୍ଷ ତଥା ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକ ଏବଂ ଡ. ସୁବୋଧ ଦାସ ପ୍ରତିନିଧିମାନଙ୍କୁ ସେମାନଙ୍କର ଉତ୍ସାହୀ ଅଂଶଗ୍ରହଣ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସଂଗଠନ ସଂପାଦକ ଡ. ମନୋଜ ଦାସ ପରବର୍ତ୍ତୀ ପିଢ଼ିର ଦକ୍ଷ ୟୁରୋଲୋଜିଷ୍ଟଙ୍କୁ ଉତ୍ସାହିତ କରିବା ପାଇଁ ବିଭାଗର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଥିଲେ।
ୟୁରୋସ୍କୋପିଆ ୨୦୨୫ର ସଫଳତା ଏହାକୁ ଏକ ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ କରିବା ପାଇଁ ଡାକ୍ତରୀ ସମାଜ ପକ୍ଷରୁ ଆହ୍ୱାନ କରାଯାଇଛି, ଯାହା ପୂର୍ବ ଭାରତକୁ ଶଲ୍ୟଚିକିତ୍ସା ନବସୃଜନ ଏବଂ ଉତ୍କର୍ଷତାର ଏକ ଉଦୀୟମାନ କେନ୍ଦ୍ର ଭାବରେ ସ୍ଥାନିତ କରିବ।
ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟରୋସ୍କୋପିଆ ୨୦୨୫ ଆୟୋଜିତ
ଏମ୍ସ ଭୁବନେଶ୍ୱରରେ ଉନ୍ନତ ଲାପାରୋସ୍କୋପିକ୍ ଏବଂ ରେଟ୍ରୋପେରିଟୋନୋସ୍କୋପିକ୍ ୟୁରୋଲୋଜିକାଲ ସର୍ଜରୀ ଉପରେ ଏକ ଜାତୀୟ ଅସ୍ତ୍ରୋପଚାର କର୍ମଶାଳା, ୟୁରୋସ୍କୋପିଆ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି।
/sambad/media/media_files/2025/08/04/4463888d-aa7f-4040-b5e9-f7a5e995918f-2025-08-04-19-34-03.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)