ଭୁବନେଶ୍ୱର: ରେଡିଓ ଚକ୍ଲେଟ୍ ଟିମ୍ ସହିତ ଜନ୍ମଦିନ ପାଳିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଜନ୍ମଦିନ ଅବସରରେ ଅଭିନେତ୍ରୀ ଉଷସୀ ମିଶ୍ର ପହଞ୍ଚିଥିଲେ ‘ସମ୍ବାଦ’ ଭବନର ରେଡିଓ ଚକ୍ଲେଟ୍ ଷ୍ଟୁଡିଓରେ। ସେଠାରେ ଆର୍ଜେ ଅଭି ଓ ଆର୍ଜେ ନିଭିଙ୍କ ସହ ‘ଦୁଷ୍ଟ ଏଇ ଝିଅଟି’ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ସହ ମନ ଖୋଲି କଥା ହୋଇଥିଲେ। ଏହା ପରେ ଟିମ୍ ଚକ୍ଲେଟ ସହ ମିଶି କେକ୍ କାଟିଥିଲେ। ସଂଯୋଗକୁ ଗୁରୁବାର ରେଡିଓ ଚକ୍ଲେଟ୍ର ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ପବିତ୍ର କୁମାର ସେଠୀଙ୍କର ଜନ୍ମଦିନ ଥିବାରୁ ଉଷସୀ ତାଙ୍କୁ କେକ୍ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଉଷସୀ ତାଙ୍କର ଏହି ଜନ୍ମଦିନକୁ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଏବଂ ମଜାଦାର ଜନ୍ମଦିନ ଭାବେ ବର୍ଣ୍ଣନା କରିଥିଲେ।
ଟିମ୍ ଚକ୍ଲେଟ୍ ସହ ଜନ୍ମଦିନ ପାଳିଲେ ଉଷସୀ
/sambad/media/post_attachments/wp-content/uploads/2018/08/radio-c-hocolate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)