ୟୁଏସ୍‍ବିଏମ୍‍ର ବାର୍ଷିକ ଉତ୍ସବ ‘ଟ୍ୟାଲେଞ୍ଜା-୨୦୧୯’

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ୟୁନାଇଟେଡ୍‍ ସ୍କୁଲ୍‍ ଅଫ୍‍ ବିଜିନେସ୍‍ ମ୍ୟାନେଜ୍‍ମେଣ୍ଟର ବାର୍ଷିକ ଉତ୍ସବ ‘ଟ୍ୟାଲେଞ୍ଜା-୨୦୧୯’ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜେଏସ୍‍ପିଏଲ୍‍ର କର୍ପୋରେଟ୍‍ କମ୍ୟୁନିକେସନ୍‍ ଅଣ୍ଡ ରିଲେସନ୍‍ସର ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ଥିର ଚିତ୍ତରେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡ. କେ ସି ସ୍ୱାଇଁ ଓ ଅଧ୍ୟକ୍ଷ ଡ. ଏ କେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶଶାଙ୍କ ଓ ଶିବାନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର