ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଏକ ଏଡ୍‌ସ ସଚେତନତା ଶୋଭାଯାତ୍ରା ଓ ସ୍ୱାକ୍ଷର ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍ଥାନମାନଙ୍କରେ ଜନସାଧାରଣମାନଙ୍କୁ ଏଡ୍‌ସର ଭୟାବହତା ଓ ସଚେତନତା ସଂପର୍କରେ ଅବଗତ କରାଇଥିଲେ। ମେୟର ଅନନ୍ତ ନାରାୟଣ ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା ଡ. କାହ୍ନଚରଣ ସ୍ୱାଇଁ ଓ ଅଧ୍ୟକ୍ଷ ଡ. ଅଜିତ୍‌ କୁମାର ସାହୁ ଉପସ୍ଥିତ ଥିଲେ। ପ୍ରଫେସର କୈଳାସ ଚନ୍ଦ୍ର ନାୟକ ଓ ସୁବ୍ରତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସହକର୍ମୀମାନେ ଏହି କାର୍ଯ୍ୟକ୍ରମରେ ସକ୍ର୍ରିୟ ଅଂଶଗ୍ରହଣ କରିଥିଲେ।