ଦୁଇ ଦିନିଆ ୟୁସିକନ୍‌ ଆରମ୍ଭ

ସମ୍ମିଳନୀ ପାଇଁ ଡାକ୍ତରମାନଙ୍କ ମୁଖ୍ୟ କେନ୍ଦ୍ର ପାଲଟିଛି ଭୁବନେଶ୍ୱର

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରାଜ୍ୟରେ ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି। ସରକାରଙ୍କ ସ୍ଵାସ୍ଥ୍ୟ ନୀତିରେ ଆକୃଷ୍ଟ ହୋଇ ବହୁ ଘରୋଇ ଓ ଉଚ୍ଚମାନର କର୍ପୋରେଟ ସଂସ୍ଥା ରାଜ୍ୟରେ ହସ୍ପିଟାଲ ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ବହୁ ଘରୋଇ ହସ୍ପିଟାଲ ସଂସ୍ଥା ହସ୍ପିଟାଲ ସ୍ଥାପନ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଏବେ ବିଭିନ୍ନ ସମ୍ମିଳନୀ ପାଇଁ ଡାକ୍ତରମାନଙ୍କ ମୁଖ୍ୟ କେନ୍ଦ୍ର ପାଲଟିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ୟୁରୋଲୋଜି ସୋସାଇଟି ପକ୍ଷରୁ ହୋଟେଲ ମେ ଫେୟାରରେ ଆଜି ଦୁଇ ଦିନିଆ ଇଜେଡ୍‌-ୟୁସିକୋନ୍‌ ଆରମ୍ଭ ହୋଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଯୋଗଦେଇ ଶ୍ରୀ ଜେନା କହିଲେ, ପୂର୍ବରୁ ରାଜ୍ୟବାସୀଙ୍କୁ ଗୁଣାତ୍ମକମାନର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। ଏବେ କିନ୍ତୁ ସେହି ଅବସ୍ଥା ଆଉ ନାହିଁ। ରାଜ୍ୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯାଉଛି। ସେ ଆହୁରି କହିଲେ ଯେ ଦିନକୁ ଦିନ କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ୟୁରୋଲୋଜିକାଲ ସମ୍ମିଳନୀ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରୁ। ଏହି ସମ୍ମିଳନୀରେ ଜରିଆରେ ନୂତନ ଗବେଷଣା ଓ ଚିକିତ୍ସା ବ୍ୟବସ୍ଥାର ସୂତ୍ର ବାହରିବା ମୁଖ୍ୟ ଉଦ୍ଦେଶ୍ୟ ହେବା ଆବଶ୍ୟକ। ଭୁବନେଶ୍ୱର ଏବେ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ହବ୍‌ରେ ପରିଣତ ହୋଇଛି ବୋଲି ସୂଚନା ଦେଇ ସେ କହିଲେ ଯେ କିଛି ଦିନ ତଳେ ୬୦୦ ଜଣ ବିଶେଜ୍ଞଙ୍କୁ ନେଇ ଜାତୀୟ ସ୍ତରୀୟ ମଧୁମେହ ସମ୍ମିଳନୀ, ଜାତୀୟ ହୃଦରୋଗ ସମ୍ମିଳନୀ, ଜାତୀୟ କର୍କଟ ସମ୍ମିଳନୀ ଆୟୋଜିତ ହୋଇଛି। ସେହିପର ଆାଗକୁ ମଧ୍ୟ ଜାତୀୟ ନ୍ୟୁରୋଜିକାଲ ସମ୍ମିଳନୀ ଓ ୧୦ ହଜାର ସ୍ତ୍ରୀ ଓ ପ୍ର୍ରସୂତି ବିଶେଷଜ୍ଞଙ୍କୁ ନେଇ ଜାତୀୟ ସମ୍ମିଳନୀ ହେବାକୁ ଯାଉଛି।

ଭୁବନେଶ୍ୱର ୟୁରୋଲୋଜିକାଲ୍‌ ସୋସାଇଟିର ପରିଚାଳନା ସମ୍ପାଦକ ଡା. ଦେବାଶିଷ ରଥ କହିଲେ, ଏହି ସମ୍ମିଳନୀରେ ଓଡ଼ିଶା, ଛତିଶଗଡ଼, ବିହାର, ମଣିପୁର ଭଳି ୧୩ଟି ରାଜ୍ୟରୁ ପ୍ରାୟ ୨୫୦ ୟୁରୋଲୋଜିଷ୍ଟ୍‌ ଯୋଗ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର କାର୍ଯ୍ୟ ନିର୍ବାହୀ ଡା.ସୁଧୀର ଏମ୍‌ ଦିଗ୍ଗିକର, ଡା.ପି.ଏନ୍‌ ଡୋଗ୍ରା, ଡା.ହରପ୍ରୀତ ସିଂ, ଡା.ସମୀରଣ ଦାସ ଅଧିକାରୀ ଓ ଡା.ସୁରେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର