ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ପୌ‌ରୋହିତ୍ୟ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ୱପ୍ନର ଓଡ଼ିଶା ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେଇଥିଲେ।

Advertisment

ଅନ୍ୟାନ୍ୟ ଅତିଥି ଭାବେ ଓଡ଼ିଶା ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରବିନାରାୟଣ ସେନାପତି, ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ସଦସ୍ୟ ନିରଞ୍ଜନ ସାହୁ, ବୈଜ୍ଞାନିକ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ୨୦୩୬ ବେଳକୁ ଓଡ଼ିଶା ଏକ ସ୍ୱାବଲମ୍ବୀ ରାଷ୍ଟ୍ର ହୋଇ ଛିଡ଼ା ହେବ ବୋଲି କହିଥିଲେ। ସଂସ୍ଥାର ସେକ୍ରେଟାରି ଅଶୋକ ମହାପାତ୍ର ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ରାଜା, ମହାରାଜାଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ  ଓ ବିଜେବି କଲେଜର ଅଧ୍ୟାପିକା ପ୍ରତିଭା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶା ନାଗରିକ ସମାଜର ସେକ୍ରେଟାରି ସୁରେଶ ଚନ୍ଦ୍ର ମନ୍ତ୍ରୀ ଆଲୋଚନାଚକ୍ର ପରିଚାଳନା କରିଥିଲେ। ସଂସ୍ଥାର ସେକ୍ରେଟାରି ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।