ମେ’ ୧ରେ ଉତ୍କଳ କନିକାରେ ଉତ୍କଳ ଫ୍ୟାସନ୍ ସୋ
୨୩ରେ ଜୁନିୟର୍ ଓ ୨୪ରେ ସିନିୟରଙ୍କ ଅଡିସନ୍, ସୁଯୋଗ ପାଇବେ କିନ୍ନର
ଭୁବନେଶ୍ୱର: ଓଡ଼ିଶାରେ ଫ୍ୟାସନ୍ ଡିଜାଇନ୍ର ମାର୍କେଟ୍ ବୃଦ୍ଧି ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଆୟୋଜନ କରିଆସୁଛି ଫ୍ୟାସନ୍ ସୋ। ଚଳିତ ବର୍ଷ ମଧ୍ୟ ମେ’ ୧ରେ ଏହି କାର୍ଯ୍ୟକ୍ରମ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ ଆୟୋଜିତ ହେଉଛି। ମେ ୧ରେ ଦ୍ୱିତୀୟ ସଂସ୍କରଣ ମେଗା ଫ୍ୟାସନ୍ ସୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ ଓ ନିର୍ଦ୍ଦେଶକ ଶରଦ ବୈଦ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ମିଷ୍ଟର ଆଣ୍ଡ ମିସ୍ ଜୁନିୟର୍, ମିଷ୍ଟର ଆଣ୍ଡ ମିସ୍ ସିନିୟର୍ ଏବଂ ମିଷ୍ଟର ଆଣ୍ଡ ମିସ୍ ଟ୍ରାନ୍ସଜେଣ୍ଡର ଏମିତି ତିନିଟି ବର୍ଗ କରାଯାଇଛି। ଜୁନିୟର ବର୍ଗ ପାଇଁ ବୟସ ସୀମା ୪ ରୁ ୧୪ ବର୍ଷ, ସିନିୟର ବର୍ଗ ଲାଗି ବୟସ ସୀମା ୧୮ରୁ ୨୭ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି। ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ବୟସ ସୀମା ରଖାଯାଇନାହିଁ। ୨୩ ତାରିଖରେ ଜୁନିୟର ଓ ୨୪ରେ ସିନିୟର ବର୍ଗଙ୍କ ପାଇଁ ଅଡିସନ୍ କରାଯିବ।
ସମୁଦାୟ ୫୬ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ପୁରୁଷ ବର୍ଗରେ ୧୪, ମହିଳାରେ ୧୪, ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟର ବର୍ଗରେ ୧୪ ଜଣ ଲେଖାଏଁ ଫାଇନାଲ୍ ପର୍ଯ୍ୟାୟ ପାଇଁ ଚୟନ ହେବେ। ଫାଇନାଲ୍ର ବିଜେତାଙ୍କୁ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ। ସେମାନଙ୍କୁ ଜାତୀୟ ସ୍ତରରେ ଭାଗ ନେବାକୁ ମଧ୍ୟ ସୁଯୋଗ ଦିଆଯିବ। ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇନାହିଁ ବୋଲି କୁହାଯାଇଛି। ଆଜିର ସମ୍ମିଳନୀରେ ଫ୍ୟାସନ୍ ଡିଜାଇନର ରାମୋଲି, ଅଭିନେତ୍ରୀ ପ୍ରକୃତି ମିଶ୍ର, ଫ୍ୟାସନ୍ କ୍ରୋରିଓଗ୍ରାଫର୍ ଜନ୍ ଅଜୟ, ସୁଶୃତ ହସ୍ପିଟାଲ୍ର ସିଇଓ ଚିଦାତ୍ମିକା ଖଟୁଆ ଏବଂ ଉତ୍କଳ କନିକା ଗ୍ୟାଲେରିଆ ମଲ୍ର ମାର୍କେଟିଂ ମୁଖ୍ୟ ଦୁଲାଲ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।