ହିନ୍ଦୀ ସ୍ନାତକୋତ୍ତର ବିଭାଗ ଖୋଲୁ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ

ଭୁବନେଶ୍ବର: ହିନ୍ଦୀ ହେଉଛି ଆମ ଜାତୀୟ ଭାଷା। ମାତୃଭାଷା ସହିତ ହିନ୍ଦୀ ଭାଷାରେ କଥାର୍ବାର୍ତ୍ତା ହେବା ଉଚିତ। ଉତ୍କଳ ବିଶ୍ବବିଦ୍ୟାଳୟ ଏବେ ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୋଇଛି। ତେଣୁ ଉତ୍କଳ ବିଶ୍ବବିଦ୍ୟାଳୟରେ ହିନ୍ଦୀ ସ୍ନାତକୋତ୍ତର ବିଭାଗ ଖୋଲାଯାଉ ବୋଲି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରଫେସର ଶୋଭିତା ଜୈନ୍‌ ପ୍ରସ୍ତାବ ଦେଇଛନ୍ତି। ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବଲି ଉପଲକ୍ଷେ ଆୟୋଜିତ ସାହିତ୍ୟ ଓ ସା˚ସ୍କୃତିକ ମହୋତ୍ସବ ‘ସୁଗନ୍ଧ ଅଭିବ୍ୟକ୍ତିର’ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀଜଗନ୍ନାଥ ସ˚ସ୍କୃତ ବିଶ୍ବବଦ୍ୟାଳୟ କୁଳପତି ପ୍ରଫେସର ରାଧାମାଧବ ଦାଶ ସ˚ସ୍କୃତ କିଭଳି ଜ୍ଞାନର ଭାଷା ଭାବେ ସର୍ବଜନାଦୃତ ହୋଇପାରିଛି ତାହା ବର୍ଣ୍ଣନା କରିଥିଲେ। ଉତ୍ସବରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ଭାଷା ହେଉଛି ଯୋଗାଯୋଗର ମାଧ୍ୟମ। ଗୋଟିଏ ଭାଷା ପରିବର୍ତ୍ତେ ଏକାଧିକ ଭାଷାରେ ପାରଦର୍ଶିତା ହାସଲ କରିବା ଦରକାର। ଦିନତମାମ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ଅଧିବେଶନରେ ପ୍ରଫେସର ଗୋପାଳକୃଷ୍ଣ ଦାଶ, ରଘୁନାଥ ପଣ୍ତା, ସୁବାସ ଚନ୍ଦ୍ର ଦାସ, ବିଭୁ ପାଢ଼ୀ, ଜି.ଆର୍‌ ମିଶ୍ର, ପଦ୍ମଜା ସରଣ, ସ୍ନେହପ୍ରଭା ଦାସ, ବାଉରୀବନ୍ଧୁ ସାହୁ, ଅସିତ ମହାନ୍ତି, ଅଧ୍ୟାପକ ବିଶ୍ବରଞ୍ଜନ, ପ୍ରଫେସର ବିଷ୍ଣୁପ୍ରିୟା ଓତା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରଗଳ୍ପ ‘ରାଣ୍ତି ପୁଅ ଅନନ୍ତା’ ନାଟକ ପରିବେଷିତ ହୋଇଥିଲା। ସାହିତ୍ୟ ଉତ୍ସବ ସ˚ଯୋଜିକା ପ୍ରଫେସର ଭାସ୍ବତୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସା˚ସ୍କୃତିକ ଉତ୍ସବ ସ˚ଯୋଜିକା ମିତାଲି ଚିନ୍ନାରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର