ସିସିଟିଭି ଫୁଟେଜ୍‌ରୁ ଧରାପଡ଼ିଲା କଂସାବାସନ ଚୋର

ବାଲିପାଟଣା: ବାଲିପାଟଣା ଥାନା ଝିଣ୍ଟି ପାଟଣା ଗ୍ରାମର ଗଣେଶ ସାହୁଙ୍କ ଘରୁ କଂସାବାସନ ଚୋରି କରିଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ପୂର୍ଣ୍ଣଚନ୍ଦ୍ର ବେହେରା। ସିସିଟିଭି ଫୁଟେଜ୍‌ ଆଧାରରେ ପୂର୍ଣ୍ଣ ଚୋରି କରିଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତ ପୂର୍ଣ୍ଣ ମଧ୍ୟ ଚୋରି ବାସନକୁସନକୁ ଜଗତସିଂହପୁରରେ ବିକିଥିବା ସ୍ବୀକାର କରିଛି। ତେଣୁ ପୁଲିସ ଜଗତସିଂହପୁର ଯାଇ ଚୋରି ସାମଗ୍ରୀ ଜବତ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ଗତ ରବିବାର ରାତିରେ ଗଣେଶ ସାହୁଙ୍କ ଘରୁ ଏହି ଚୋରି ହୋଇଥିବା ନେଇ ୬ ତାରିଖରେ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଗଣେଶଙ୍କ ଅଭିଯୋଗ ଅନୁସାରେ ୫ ତାରିଖ ରାତିରେ ତାଙ୍କ ଘରୁ ଟଙ୍କା, କଂସା ଓ ପିତଳ ବାସନକୁସନ ଚୋରି ହୋଇଥିଲା। ପ୍ରାୟ ରାତି ସାଢେ ଗୋଟେ ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ୧୦ ହଜାର ଟଙ୍କା ଓ ବାସନ ଭର୍ତ୍ତି ବସ୍ତା ଚୋରି କରି ନେଇଥିଲା।

ସମ୍ବନ୍ଧିତ ଖବର