ଅଣହିନ୍ଦୀ ରାଜ୍ୟରେ ହିନ୍ଦୀ ଭାଷା ଲଦିଦେବା ନେଇ ଉତ୍କଳ ସମ୍ମିଳନୀର ବିରୋଧ

ଭୁବନେଶ୍ବର: ୩୭ତମ ସଂସଦୀୟ ଭାଷା କମିଟି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ହିନ୍ଦୀ ଭାଷାକୁ ଲଦିଦେବା ପ୍ରସଙ୍ଗ ଉପରେ ଦେଇଥିବା ବକ୍ତବ୍ୟକୁ ଉତ୍କଳ ସମ୍ମଳନୀର ମଞ୍ଚେଶ୍ବର ଶାଖା ବିରୋଧ କରିଛି। ଆଜି ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ନେତୃତ୍ବ‌ରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧିଦଳରେ ଅନ୍ୟମାନଙ୍କ ମଧ୍ୟରେ ଶାଖାର ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ଓ ସଦସ୍ୟ ଅକ୍ଷୟ କୁମାର ଜେଠୀ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ରାଜ୍ୟପାଳଙ୍କୁ ଉତ୍କଳ ସମ୍ମିଳନୀ ଫଳକ ସହ ଉତ୍କଳ ପ୍ରଭାତ ବହି ଓ ଉତ୍କଳ ସମ୍ମିଳନୀ ସମାଚାର ପତ୍ରିକା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର