ଭୁବନେଶ୍ବର: ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ୮୩ତମ ଉତ୍କଳ ଦିବସ ସମାରୋହ ମୋ କିଓ ଏଭିନ୍ୟୁର ଗ୍ରାସ୍ରୁଟ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁରରେ ଆଜାଦହିନ୍ଦ ସେନାଙ୍କୁ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ସ୍ମରଣ କରି କହିଲେ, ସିଙ୍ଗାପୁରରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଓଡ଼ିଶାର ସମ୍ମାନ, ଅସ୍ମିତା, ସଂସ୍କୃତି ଓ ଆଶା ଆକାଂକ୍ଷାର ପ୍ରତୀକ। ବିଦେଶରେ ଥାଇ ମଧ୍ୟ ଉତ୍କଳୀୟ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ ସଂଗଠନ ପକ୍ଷରୁ କରାଯାଉଥିବା ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ। ସୋସାଇଟିର ସଭାପତି ସମ୍ବିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ସ୍ଥାନୀୟ ସାଂସଦ ମିଚ ଟେରେନ୍ସ ହୋ ୱିସାନ୍ ଉଦ୍ଘାଟନ କରି ଓଡ଼ିଆ ସମାଜ ଦ୍ବାରା ସିଙ୍ଗାପୁରରେ କରାଯାଉଥିବା କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେମାନଙ୍କୁ ତାଙ୍କ ଦେଶର ଅଭିନ୍ନ ଅଙ୍ଗ ଭାବେ ଅଭିହିତ କରିଥିଲେ। ସମାରୋହରେ ଡ. ସଞ୍ଜିତ କୁମାର ପଣ୍ଡା ସ୍ବାଗତ ଭାଷଣ ଏବଂ ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିଲେ। ପରେ ଓଡ଼ିଆ ଅଭିନେତ୍ରୀ ଗାର୍ଗୀ ମହାନ୍ତି ନୃତ୍ୟ ପରିବେଷଣ କରିଥିଲେ। ପ୍ରଯୋଜକ ସ୍ନେହାଶିଷ ଦାସଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ‘କାକୋଲି’ର କିଛି ଅଂଶ ପ୍ରଦର୍ଶିତ ହୋଇଥିଲା। ଏଥିସହ ସିଙ୍ଗାପୁର ଓଡ଼ିଆ ସମାଜର କଳାକାରମାନେ ଓଡ଼ିଶୀ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ପ୍ରାୟ ୫ଶହ ଓଡ଼ିଆ ଉପସ୍ଥିତ ଥିଲେ।
ସିଙ୍ଗାପୁରରେ ଉତ୍କଳ ଦିବସ
/sambad/media/post_attachments/wp-content/uploads/2019/04/Untitled-28-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)