ଉତ୍କଳ ଦିବସ ପାଳନ

ଉତ୍କଳ ଦିବସରେ ବରପୁତ୍ରଙ୍କୁ ସମାଜବାଦୀ ପାର୍ଟିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଉତ୍କଳ ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଆଜି ସକାଳୁ ରାଜଭବନ ନିକଟ ମଧୁବାବୁ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଏଜି ଛକସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ପାର୍ଟିର ରାଜ୍ୟସମ୍ପାଦକ ସୁଦର୍ଶନ ପ୍ରଧାନ, ସମାଜବାଦୀ କୃଷକ ସଭାର ଉପସଭାପତି ବିଜୟ ବେହେରା, ଯୁବ ଜନସଭା ରାଜ୍ୟ ସଭାପତି ସମ୍ବିତ ଦାସ ଓ ଯୁବନେତା ସଞ୍ଜୟ ନାୟକ, ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

କଳିଙ୍ଗବିହାରରେ ଉତ୍କଳ ଦିବସ

ଖଣ୍ଡଗିରି : କଳିଙ୍ଗବିହାର କେ-୫ ଓ୍ଵଲ୍‌ଫେୟାର୍‌ ସୋସାଇଟି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି। ଏଥିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ବାଉରୀବନ୍ଧୁ ସାହୁ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ସୋସାଇଟିର ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ବିଭୁପ୍ରସାଦ ମିଶ୍ର ବିବରଣୀ ପାଠ କରିଥିଲେ। ଏହି ଅବସରରେ ପତ୍ରିକା ‘କଳିଙ୍ଗାୟନ’ ଉନ୍ମୋଚନ କରାଯାଇଥିଲା।

ବିଜେଡି କାର୍ଯ୍ୟାଳୟରେ ଉତ୍କଳ ଦିବସ

ଭୁବନେଶ୍ୱର : ବିଜେଡି କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଛି। ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ପୂର୍ବତନ ମେୟର ମିହିର ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ, ଡ. ସସ୍ମିତ ପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ସାମିଲ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ଜୀବନ ଉତ୍ସର୍ଗ କରିଥିବା ବରପୁତ୍ରମାନଙ୍କ ଗୁଣଗାନ କରିଥିଲେ।

ସମ୍ବନ୍ଧିତ ଖବର