ପ୍ରବାସୀ ଓଡ଼ିଆ ସମାଜ ଆବୁଧାବି ପକ୍ଷରୁ ‘ଉତ୍କଳ ଦିବସ’ ୨୬ରେ

ଭୁ‌ବନେଶ୍ବର : ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆବୁଧାବିର ‘ପ୍ରବାସୀ ଓଡ଼ିଆ ସମାଜ’ (ପୋସା) ପକ୍ଷରୁ ଆସନ୍ତା ୨୬ ତାରିଖ ଦିନ ‘ଉତ୍କଳ ଦିବସ’ ପାଳିତ ହେବ। ଏହି ଅବସରରେ ପୋସାର ପ୍ରତିଷ୍ଠା ଦିବସ ‘ଝଙ୍କାର-୨୦୧୯’ ମଧ୍ୟ ପାଳିତ ହେବ। ଏହି ଅନ୍ତର୍ଜାତୀୟ ଫୋରମ୍‌ରେ ଓଡ଼ିଆ କଳାକାରଙ୍କ କଳା ପରିବେଷଣ ସହ ଓଡ଼ିଆ ଆତିଥେୟତାକୁ ବିଦେଶୀମାନେ ଉପଭୋଗ କରିବାର ଅବସର ପାଇବେ। ଉତ୍ସବରେ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ। କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଭାରତୀୟ ରାଷ୍ଟ୍ରଦୂତ ନବଦୀପ୍‌ ସୁରୀ ଓ ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ଚଳିତ ବର୍ଷ ନନ୍ଦିତା ଦାସଙ୍କୁ ପୋସା ପକ୍ଷରୁ ‘ଗ୍ଲୋବାଲ ଓଡ଼ିଆ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯିବ ବୋଲି ପୋସାର ପରିଚାଳନା କମିଟି ସଭାପତି ଦୀପକ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର