କଟକ: ଶୈଳବାଳା ମହିଳା କଲେଜ ଆନୁକୂଲ୍ୟରେ ମଧୁବାବୁଙ୍କ ୮୮ତମ ସ୍ମୃତି ଉତ୍ସବ ଓ ଉତ୍କଳଗୌରବ ମଧୁସୂଦନ ଦାସ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ସୁରେଖା ସୁନ୍ଦରୀ ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମାରୋହରେ ମୁଖ୍ୟବକ୍ତା ଭାବେ ଡକ୍ଟର ସୁନାମଣି ରାଉତ ଯୋଗ ଦେଇଥିଲେ। ମଧୁସ୍ମୃତି କମିଟି ସଦସ୍ୟା ପ୍ରଫେସର ଗାୟତ୍ରୀ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ବିଜୟାନନ୍ଦ ସିଂହଙ୍କୁ ଉତ୍କଳଗୌରବ ମଧୁସୂଦନ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ସ୍ବରୂପ ପ୍ରଫେସର ସିଂହଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ଡକ୍ଟର ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଡକ୍ଟର ସଂଜିତା ମିଶ୍ର ମାନପତ୍ର ପାଠ କରିଥିଲେ। ନର୍ମଦା କୁମାରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ଦୀପ୍ତି ପଣ୍ଡା ଉତ୍ସବ ପରିଚାଳନା କରିଥିଲେ। ମଧୁବାବୁଙ୍କ ସ୍ମୃତିରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଜଣେ ସାରସ୍ବତ ସାଧକଙ୍କୁ ଚଳିତବର୍ଷଠାରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ସୁନ୍ଦରୀ ସ୍ବାଇଁ ସୂଚନା ଦେଇଛନ୍ତି।
ଉତ୍କଳଗୌରବ ମଧୁସୂଦନ ଦାସ ସ୍ମୃତି ସମ୍ମାନ ସମାରୋହ: ପ୍ରଫେସର ବିଜୟାନନ୍ଦ ସିଂହଙ୍କୁ ଉତ୍କଳଗୌରବ ସ୍ମୃତି ସମ୍ମାନ
/sambad/media/post_attachments/wp-content/uploads/2022/02/da564g6gd4adg654dag65g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)