ଚନ୍ଦ୍ରଶେଖରପୁର : ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁଁ ଜନ୍ମାଷ୍ଟମୀରେ ଶପଥ ନିଅନ୍ତୁ। କ୍ଷମତା, ଅର୍ଥ, ସୌନ୍ଦର୍ଯ୍ୟକୁ ନେଇ ମନରେ ଥିବା ଅହଂକାରକୁ ତ୍ୟାଗ କରନ୍ତୁ। ଯେଉଁଠି ବି ଅହଂକାର ଦେଖୁଛନ୍ତି ତାହାକୁ ଚିହ୍ନଟ କରି ସ୍ୱର ଉଠାନ୍ତୁ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱର ଜିଲ୍ଲା ଉତ୍କଳ ଯାଦବ ମହାସଭା ପକ୍ଷରୁ ଆଜି ପଥରଗାଡ଼ିଆଠାରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଭୁବନେଶ୍ୱର ଉପକଣ୍ଠରେ ହଜାର ହଜାର ବର୍ଷର ପରମ୍ପରା ବଜାୟ ରହିବା ଖୁସିର ବିଷୟ। ପଥରଗାଡ଼ିଆବାସୀଙ୍କ ପାଇଁ ଆଜି କିସ୍ରେ ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ପଢ଼ିପାରୁଛନ୍ତି। ସମସ୍ତଙ୍କ ସହଯୋଗ ରହିଲେ ଏହି ଶିକ୍ଷାନୁଷ୍ଠାନ ଆଗକୁ ବଢ଼ିପାରିବ।
ଉତ୍କଳ ଯାଦବ ମହାସଭା ସଭାପତି ସରୋଜ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇ, ପୂର୍ବର୍ତନ ଜିଲ୍ଲା ପରିଷଦ ସଭ୍ୟ ଡାକ୍ତର ବେହେରା, କ୍ରିକେଟ୍ କୋଚ୍୍ କିଶୋର ମାଣିଆ, କର୍ପୋରେଟର୍ ପୁଷ୍ପା ଦାସ, ସୂର୍ଯ୍ୟ କୁମାର ଜେନା, ବିଷ୍ଣୁପ୍ରିୟା ଦାସ, ପୁଷ୍ପାଞ୍ଜଳି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/madhu-Jadaba-Sangha-Pakhaya-ru-Janmastahmi-Ushab-1.jpg)