ଉତ୍କଳ ସାମ୍ବାଦିକ ସଂଘର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର: ଉତ୍କଳ ସାମ୍ବାଦିକ ସଂଘର ୭୮ତମ ପ୍ରତିଷ୍ଠା ଉତ୍ସବ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପ୍ରସଙ୍ଗରେ ରାଜ୍ୟର ଭିନ୍ନ ଭିନ୍ନ ୯ଟି ସାମ୍ବାଦିକ ସଂଘର ନେତୃବୃନ୍ଦ ଏକତ୍ରିତ ହୋଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ସନତ ମିଶ୍ର, ଭାଗବତ ତ୍ରିପାଠୀ, ବିମଳ ଭଞ୍ଜଦେଓ, ବିପିନ ସିଂ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେଉରା, ବାଉରୀବନ୍ଧୁ ମହାରଣା, ସଞ୍ଜୟ ଦାସ, ଦେବ ମହାପାତ୍ର, ସମ୍ବିତ ରାୟ, ସୁପ୍ରିୟା ଦାସ, ଅଶୋକ ସାହୁ, ଅଶୋକ ମିଶ୍ର, ପରେଶ ଜେନା, ଉମେଶ ସାମନ୍ତରାୟ, ଜୟଦେବ ବେହେରା, ଅସିତ ଦାସଙ୍କ ସମେତ ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାର ୧୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ସଦସ୍ୟତା ଗ୍ରହଣ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିବା ବେଳେ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ରାଜ୍ୟ ସଭାପତିଙ୍କୁ ସମ୍ମାନିତ କରିଥିଲେ। ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ ଉନ୍ମୋଚିତ ହେବା ସହ ସାମ୍ବାଦିକ ବ୍ରଜ ସିଂ ଓ ତୀର୍ଥବାସୀ ରଥଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା।

ଏଥିରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅର୍ଦ୍ଧେନ୍ଦୁ ଦାସ, ନିରଞ୍ଜନ ବିଶ୍ୱାଳ, ସୁଜ୍ଞାନୀ ଚୌଧୁରୀ, ପପୁ ମହାନ୍ତି, ଶଶିଭୂଷଣ ପ୍ରହରାଜ ପ୍ରମୁଖ ସାମିଲ ହୋଇଥିଲେ। ଏହି ବୈଠକରେ ଜିଲ୍ଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପାତ୍ର, ପ୍ରଭାତ ମିଶ୍ର, ଭାଗବତ ତ୍ରିପାଠୀ, ଶ୍ରୀକାନ୍ତ ଖଟେଇ, ରତ୍ନାକର ବେହେରା, ରାଧାକାନ୍ତ ମିଶ୍ର, ରମାନନ୍ଦ ସ୍ୱାଇଁ, ତ୍ରିବିକ୍ରମ ମହାପାତ୍ର, ସନ୍ତୋଷ ଦାସ, ହରିହର ସ୍ୱାଇଁ, ପ୍ରଦୀପ ତ୍ରିପାଠୀ, ଜଗଦୀଶ ପୁରୋହିତ, ଶଶାଙ୍କ ମିଶ୍ର, ଲୋକନାଥ ଦଳେଇ, ରାଜେଶ ମହାନ୍ତି, ସରୋଜ ବେହେରା, ପଦ୍ମଲୋଚନ ପାତ୍ର, ହାରାଧନ ବାନାର୍ଜୀ, ମଦନ ପାଣି, ସୁଦର୍ଶନ ସେନାପତି, ସୁବାସ ମହାପାତ୍ର, ସୁବାସ ପ୍ରଧାନ, ଆଦର୍ଶ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସାମିଲ ଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ସାହୁ, ନୃସିଂହ ପ୍ରସାଦ ମହାପାତ୍ର, ମନୋଜ ପ୍ରଧାନ, ଭରତ ବେହେରା, ଜିତେନ୍ଦ୍ର ମହାନ୍ତି, ଟୁଲୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର