ଉତ୍କଳ କରାଟେ ସ୍କୁଲରେ ମହିଳାଙ୍କ ଆତ୍ମରକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ଥାନୀୟ ୟୁନିଟ-୯ ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ସାଥୀ ଚାରିଟି ଅର୍ଗାନାଇଜେସନ୍‌ ପକ୍ଷରୁ ସୁନନ୍ଦା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମହିଳାଙ୍କ ଆତ୍ମରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜସେବୀ ନମ୍ରତା ଚଢ଼ା ଯୋଗ ଦେଇ ମହିଳାମାନଙ୍କ ସୁରକ୍ଷା ନେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଆତ୍ମରକ୍ଷା ବିଶେଷଜ୍ଞ ରାଜୀବ ସିଂହ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନେକ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର