ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିଖୋଜ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାକୁ ନେଇ ରାଜଧାନୀ ପଡ଼ୁଥିବା ଉଠୁଥିବା ବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଗତ ୨ତାରିଖରୁ କେହି ଛାତ୍ରୀଙ୍କ ମାମୁଙ୍କ ନାଁରେ ଜାଲ୍‌ ଦସ୍ତଖତ କରି ୟୁନିଟ୍‌-୫ ସ୍ଥିତ ଛାତ୍ରୀ ନିବାସରୁ ନେଇଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ନିଖୋଜ ଛାତ୍ରୀ ସୁବାସିନୀ ମଲ୍ଲିକ ଯୁକ୍ତ ତିନି ଓଡ଼ିଶୀ ନୃତ୍ୟର ଛାତ୍ରୀ।

ଗତ ଶନିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ସ୍ଥାନୀୟ ଅଭିଭାବକ ତଥା ମାମୁ ପ୍ରଶାନ୍ତ ମଲ୍ଲିକ ରେଜିଷ୍ଟରରେ ଦସ୍ତଖତ କରି ସୁବାସିନୀଙ୍କୁ ହଷ୍ଟେଲ୍‌ରୁ ନେଇଥିଲେ। ମାତ୍ର ପରେ କୌଣସି କାରଣରୁ ସନ୍ଦେହ ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ମାମୁ ପ୍ରଶାନ୍ତଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେତେବେଳେ ଜଣାପଡ଼ିଲା ଯେ ସୁବାସିନୀଙ୍କୁ କେହି ନକଲି ମାମୁ ନେଇଯାଇଛନ୍ତି। ତୁରନ୍ତ ସୁପରିନ୍‌ଟେ‌ଣ୍ଡେଣ୍ଟ ସୁବାସିନୀ ପରିବାର ସହ କଥା ହୋଇ ଏ ବାବଦରେ ଜଣାଇଥିଲେ। ଖବର ପାଇ ସୁବାସିନୀଙ୍କ ବାପା ଯୁଧିଷ୍ଠିର ମଲ୍ଲିକ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ଓ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର