ଉତ୍କଳ ସମ୍ମିଳନୀ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର : ମାତୃଭାଷାକୁ ସମ୍ମାନ ଦେଲେ ମାତୃଭାଷା ପରିଚୟ ପ୍ରଦାନ କରିବ ବୋଲି ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଥିଲା। ଓଡ଼ିଆକୁ ଆମେ ମାତୃଭାଷା ଭାବେ ପାଇ ଗର୍ବିତ ବୋଲି ମଧ୍ୟ ସମସ୍ତେ ସ୍ୱୀକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଆଲୋଚନାରେ ମଞ୍ଚେଶ୍ୱର ଶାଖା ଉପସଭାପତି ପ୍ରତାପ କୁମାର ସ୍ୱାଇଁ ଓ ଶୀତଳ ଚନ୍ଦ୍ର ମହାନ୍ତି, ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସଂପାଦକ ବିଭୂତି ଭୁଷଣ ସ୍ୱାଇଁ ଓ ଅଶୋକ କୁମାର ପାଲଟା ସିଂହ, ପ୍ରତାପ କୁମାର ନନ୍ଦ, ଇଂ ନଳିନୀ ମହାନ୍ତି, ଅଜୟ କାନୁନଗୋ ଓ କ୍ଷେତ୍ରମୋହନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅକ୍ଷୟ କୁମାର ଜେଠି ଧନ୍ୟବାଦ ଅର୍ପଣ କରିଥିଲେ।

ବଡ଼ଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର : ବଡ଼ଗଡ଼ ବ୍ରିଟ୍‌ କଲୋନି ସ୍ଥିିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୪ର୍ଥ ଓ ୫ମ ଶ୍ରେଣୀ ନିମନ୍ତେ ସୁନ୍ଦର ଓ ଶୁଦ୍ଧ ଲିଖନ, ୬ଷ୍ଠ ଓ ୭ମ ଶ୍ରେଣୀରେ ‘ମୁଁ ଓଡ଼ିଆ ବୋଲି ଗର୍ବ କରେ’ ବକ୍ତତା ପ୍ରତିଯୋଗିତା, ୮ମ ଶ୍ରେଣୀ ନିମନ୍ତେ ମହାପୁରୁଷଙ୍କ ଜୀବନୀ ସମ୍ବନ୍ଧୀୟ ଗଳ୍ପ ଲିଖନ, ୯ମ ଶ୍ରେଶୀର ସ୍ୱରଚିତ କବିତା ଲିଖନ ପ୍ରତିଯୋଗିତାମାନ କରାଯାଇଥିଲା। ନିତିଦିନ ସମ୍ବାଦପତ୍ରର ବ୍ୟୋମକେଶ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଚନ୍ଦନ ବାରିକ ଓ ଶିକ୍ଷୟିତ୍ରୀ ସୁଖଲତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନଜା ବାସିନୀ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର : ଜୟଦେବ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଯୁଗ୍ମ ସମ୍ପାଦିକା ଶାନ୍ତି ବେହେରା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଡ. ହରିହର କାନୁନ୍‌ଗୋ ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃଭାଷା, ମାତୃଭୂମି, ଗୋମାତା, ଜନ୍ମଦାତ୍ରୀଙ୍କୁ ସମ୍ମାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ନିଶାନ୍‌ କୁମାର ବିଶ୍ୱାଳ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପସଭାପତି ବ୍ରଜକିଶୋର ଶର୍ମା, ସମ୍ପାଦକ ବାଣୀବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଏକକ ଅଭିନୟ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ପୁଷ୍ପଲତା ନନ୍ଦ ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର