ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ ପକ୍ଷରୁ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ନିକଟରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବାଚସ୍ପତି ଶରତ କୁମାର କର ଯୋଗ ଦେଇଥିଲେ। ବିଧାନସଭାର ଗବେଷଣା ବିଭାଗର ଅଧିକାରୀ ଅମୂଲ୍ୟ ସ୍ୱାଇଁ, ମଞ୍ଚେଶ୍ୱର ଶାଖା ଉପସଭାପତି ଶୀତଳଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦଚନ୍ଦ୍ର ସୁବୁଦ୍ଧି, ନିରାକାର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀ ପକ୍ଷରୁ ବ୍ୟାସକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
/sambad/media/post_attachments/wp-content/uploads/2018/01/m10-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)