ଉତ୍କଳ ସମ୍ମିଳନୀ ପକ୍ଷରୁ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଗତକାଲି ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇଯାଇଛି। ସମ୍ମିଳନୀର କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ଶାଖା ସଭାପତି ଓ ସମ୍ପାଦକମାନେ ଭୁବନେଶ୍ୱର ପାଓ୍ଵାର ହାଉସ ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହା ପରେ ଖୋର୍ଦ୍ଧାର ଗୀତା ଭବନରେ ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରସାର ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ଆସନ୍ତା ଜାନୁଆରି ୨୦ ଓ ୨୧ ତାରିଖରେ ଉତ୍କଳ ସମ୍ମିଳନୀର ନିର୍ବାଚନ ଜଳେଶ୍ୱରରେ ହେବାକୁ ସ୍ଥିର ହୋଇଥିଲା। ସଭାରେ ସାଧାରଣ ସମ୍ପାଦକ ଅଦ୍ୱୈତ କୁମାର ପାତ୍ର, ଉପସଭାପତି ଅନନ୍ତ ପ୍ରସାଦ ଜେନା, ବିନୋଦ ମହାପାତ୍ର, ବିଚିତ୍ରାନନ୍ଦ ସାହୁ, ପୁରୀ ସଭାପତି ଭୀମସେନ ମହାପାତ୍ର, ଭଦ୍ରକ ସଭାପତି ଶେଖ୍‌ ମହମ୍ମଦ ଫାରୁକ, ଗଞ୍ଜାମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କେନ୍ଦ୍ରୀୟ କମିଟିର ସମ୍ପାଦକ ପଦ୍ମନାଭ ସାମଲ, ପଶ୍ଚିମ ସିଂହଭୂମ ସଭାପତି ସରୋଜ ପ୍ରଧାନ, କଟକ ସମ୍ପାଦକ ଜଗଦୀଶ ମହାନ୍ତି, ଗୁଣୁପୁର ସଭାପତି ବିଷ୍ଣୁପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର ସଭାପତି ବିଭୂତି ମିଶ୍ର, ଜଗତସଂପୁର ସମ୍ପାଦକ ଶିବ ପ୍ରସାଦ ମାଝି, ପାରାଦ୍ୱୀପ ସଭାପତି ସୁରେନ୍ଦ୍ର ମିଶ୍ର, କେନ୍ଦ୍ରାପଡ଼ା ସଭାପତି ସୁଦର୍ଶନ ମହାପାତ୍ର, ଅନୁଗୁଳ ସମ୍ପାଦକ ଧନେଶ୍ୱର ସାହୁ, ସୋର ସମ୍ପାଦକ ମହେଶ୍ୱର ପଟ୍ଟନାୟକ, ବାଲେଶ୍ୱର ସୁରେନ୍ଦ୍ର କର, ମଞ୍ଚେଶ୍ୱର ସଭାପତି ଦିଲୀପ ଦାଶଶର୍ମା, କେନ୍ଦୁଝର ସଭାପତି ବିମ୍ବାଧର ବେହେରା, ଦଶପଲ୍ଲା ସଭାପତି ହାଡ଼ିବନ୍ଧୁ ମହାକୁଡ଼ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସମସ୍ତ କର୍ଯ୍ୟକ୍ରମକୁ ଖୋର୍ଦ୍ଧା ଶାଖା ସଭାପତି ଶକ୍ତିଶଙ୍କର ମିଶ୍ର, ସମ୍ପାଦକ ବିଚିତ୍ର ବଡ଼ଜେନା ଓ କେନ୍ଦ୍ରୀୟ କମିଟି ସମ୍ପାଦକ ବିମଳ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର