ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଶ୍ୱ ନାଟ୍ୟ ଦିବସ

ପିତୃ ନିବାସରେ ମା’ର କାହାଣୀ

ଭୁବନେଶ୍ୱର: ଯୋଉଁ ମା’ ସାରା ଜୀବନ ନିଜ ପିଲା ପାଇଁ ଉତ୍ସର୍ଗ କରିଦିଏ ଶେଷରେ ସେଇ ମା’ ବି ସନ୍ତାନମାନଙ୍କ ପାଇଁ ପାଲଟିଯାଏ ଅଲୋଡ଼ା। କେବେ ସନ୍ତାନର ମନ ଭିତରକୁ ଏମିତି ମନ୍ଦ ବୁଦ୍ଧି ଧସେଇ ପଶିଆସେ ତ ଆଉ କେବେ ସ୍ୱାର୍ଥନେ୍ଵଷୀ ମନ ଏମିତି ଏକ କଳଙ୍କିତ ମୁହୂର୍ତକୁ ଜନ୍ମ ନିଏ। ପୁଅ ଭଲ ମଣିଷ ହୋଇ ଶାନ୍ତିରେ ଜିଇଁବାକୁ ମା’ଟିଏ ଦିନରାତି ଠାକୁରଙ୍କ ପାଖେ ମିନତି କରେ। ବୋଧେ ତା’ରି ପ୍ରତିଦାନରେ ସେଇ ସନ୍ତାନ ତା’ର ମା’କୁ ଶେଷ ସମୟରେ ବୃଦ୍ଧାଶ୍ରମର ଉପହାର ଦିଏ। ଏଇଭଳି ଏକ ସମସାମୟିକ କଥାବସ୍ତୁ ଆଧାରରେ ଆଜି ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ମଂଚସ୍ଥ ହୋଇଥିଲା ନାଟକ ‘ପିତୃ ନିବାସ’। ବିଶ୍ୱ ନାଟ୍ୟ ଦିବସ ଅବସରରେ ମଂଚସ୍ଥ ଏହି ନାଟକର ରଚନା ସହ ନିର୍ଦେଶନା ଦେଇଥିଲେ ପ୍ରଜ୍ଞାରଂଜନ ଖଟୁଆ। ପ୍ରଜ୍ଞାଙ୍କ ସମେତ ସୁବ୍ରତ ଦାସ, ଶଙ୍କର୍ଷଣ ପ୍ରଧାନ, ଚିନୁ, ଗୁଣ୍ଡ ଓ ମୁନା ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର