ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ‘ପ୍ରେରଣା’ ମେଧାବୃତ୍ତି ବାଟବଣା ହୋଇଥିବା ଅଭିଯୋଗ କରି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ୟାମ୍ପସ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ଟାୟାର ଜାଳି ଉଚ୍ଚଶିକ୍ଷା ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଛାତ୍ର ମାରଣ ନୀତିକୁ ବିରୋଧ କରିବା ଦ୍ୱାରା ପ୍ରାୟ ଏକ ଘଣ୍ଟା ଧରି ଯାତାୟତ ବ୍ୟାହତ ହୋଇଥିଲା। ଶୁକ୍ରବାର ମଧ୍ୟ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ନିର୍ଧାରିତ ସମୟରେ ଏସ୍ସି/ଏସ୍ଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଉ ନାହିଁ। ୨୦୧୭-୧୮ ଶିକ୍ଷାବର୍ଷରେ ‘ପ୍ରେରଣା’ ମେଧାବୃତ୍ତି ପ୍ରଦାନ ଲାଗି ଗତ ଡିସେମ୍ବର ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏବେ ସୁଦ୍ଧା ହାତଗଣତି କେତେଜଣ ଓବିସି ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପାଇଛନ୍ତି। କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲକ୍ଷାଧିକ ଛାତ୍ରଛାତ୍ରୀ ବୃଦ୍ଧି ପାଇନାହାନ୍ତି। ଯେଉଁଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଉଚ୍ଚଶିକ୍ଷାରେ ବାଧା ଉପୁଜୁଛି। ବର୍ତମାନ ସମୟରେ ଏସ୍ସି/ଏସ୍ଟି ପିଲାଙ୍କ ଲାଗି ବାର୍ଷିକ ୧୪ ହଜାର ଟଙ୍କାର ମେଧାବୃତ୍ତି ରଖାଯାଇଥିବା ବେଳେ ଓବିସିଙ୍କ ଲାଗି ୬ ହଜାର ଟଙ୍କା ରହିଛି। ତାହାକୁ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏଥିସହ ମେଧାବୃତ୍ତି ପ୍ରଦାନ ସମୟରେ ଛାତ୍ରଛାତ୍ରୀଙ୍କଠାରୁ ଜାତି ଓ ରୋଜଗାର ପ୍ରମାଣପତ୍ର ବାରମ୍ବାର ମଗାଯାଉଛି। ଛାତ୍ରଛାତ୍ରୀଙ୍କର ଗୋଟିଏ ପାଠ୍ୟକ୍ରମ ହୋଇଥିଲେ ମଧ୍ୟ ପ୍ରତିବର୍ଷ ବାରମ୍ବାର ପ୍ରମାଣପତ୍ର ମଗାଯାଉଥିବାରୁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ମାତ୍ର ଗୋଟିଏ ଥର ସାର୍ଟିଫିକେଟ୍ ଦାଖଲ କରିବା ଲାଗି ନିୟମ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।
‘ପ୍ରେରଣା’ ମେଧାବୃତ୍ତି ବାଟବଣା!
ତିନି ଦଫା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2018/03/m8-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)