ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ବାର୍ଷିକ ଉତ୍ସବ

ଉଚ୍ଚଶିକ୍ଷାକୁ ଆଗକୁ ନେବାରେ ଉତ୍କଳର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ। ଓଡ଼ିଶାର ପ୍ରତି କ୍ଷେତ୍ରରେ ଅନ୍ତର୍ଜାତୀୟରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ସରକାରଙ୍କ ଦାୟିତ୍ୱ ବ୍ୟତୀତ ପୁରାତନ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟକୁ ନୂଆ ରୂପ ଦେବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ବାର୍ଷିକ ଉତ୍ସବରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଆଲୁମିନି କେବଳ ଆର୍ଥିକ ଯୋଗଦାନ କଲେ ହେବ ନାହିଁ। ବରଂ ନୂତନ ଚିନ୍ତାଧାରା, ନବସୃଜନର ଯୋଗଦାନ ରଖିବା ମଧ୍ୟ ଜରୁରୀ। ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଆଗକୁ ନେବାକୁ ହେଲେ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ପଡ଼ିବ। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ଆଲୋକପାତ କରିବା ସହ ଆଲୁମିନିର ବିଶ୍ୱବିଦ୍ୟାଳୟ ପାଇଁ ଥିବା ଅବଦାନ ଉପରେ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର