ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜର ସ୍ନାତକ ଶେଷ ସେମିଷ୍ଟର୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ କଳା ବିଭାଗର ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର୍ ବ୍ୟାକ୍-ପେପର୍ ପରୀକ୍ଷା ଫଳ ମଧ୍ୟ ବାହାରିଛି। କଳା ବିଭାଗ ଷଷ୍ଠ ସେମିଷ୍ଟର୍ରେ ମୋଟ ୨୯ ହଜାର ୭୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ହଜାର ୪୪୮ ଜଣ ପାସ୍ କରିଥିବା ବେଳେ ୧୨୫୨ଜଣ ଫେଲ୍ ହୋଇଛନ୍ତି। ପାସ୍ହାର ୯୫.୭୮% ହୋଇଛି। ଅନର୍ସରେ ପରୀକ୍ଷା ଦେଇଥିବା ୨୬ ହଜାର ୪୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ହଜାର ୪୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ଜେନେରାଲ୍ରେ ୩୨୦୯ଜଣ ପରୀକ୍ଷା ଦେଇଥିବା ବେଳେ ୩୦୩୦ଜଣ ପାସ୍ କରିଛନ୍ତି। ବାରଙ୍ଗସ୍ଥିତ କୁଞ୍ଜବିହାରୀ ଡିଗ୍ରି ମହାବିଦ୍ୟାଳୟର ଭୂଗୋଳ ବିଷୟର ଛାତ୍ରୀ ଶୁଭଶ୍ରୀ ବେହେରା ସିଜିପିଏ ୯.୩୪ ନମ୍ବର ରଖି ଟପର୍ ହୋଇଛନ୍ତି। ସେହିପରି ୪ର୍ଥ ସେମିଷ୍ଟର ବ୍ୟାକ୍ର ଉଭୟ ଅନର୍ସ ଓ ଜେନେରାଲ୍ରେ ୧୧୬୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୬୬ ଜଣ ପାସ୍ କରିଛନ୍ତି। ପାସ୍ହାର ୮୩.୧୩% ହୋଇଛି। ଦ୍ବିତୀୟ ସେମିଷ୍ଟର୍ ବ୍ୟାକ୍ର ଉଭୟ ଅନର୍ସ ଓ ଜେନେରାଲ୍ରେ ୫୫୩ଜଣ ପରୀକ୍ଷା ଦେଇଥିବା ବେଳେ ୪୯୧ଜଣ ପାସ୍ କରିଛନ୍ତି। ପାସ୍ହାର ୮୮.୭୯% ହୋଇଛି। ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ଓ ଟାବୁଲେସନ୍ ରେଜିଷ୍ଟର ଅନ୍ଲାଇନ୍ ମାଧ୍ୟମରେ କଲେଜଗୁଡ଼ିକୁ ପଠାଇ ଦିଆଯାଇଛି। ଯଦି ପରୀକ୍ଷା ଫଳରେ କୌଣସି ପ୍ରକାର ତ୍ରୁଟି ରହିଥିବ, ତେବେ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯାଇଛି।