୩ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ : ଉପରାଷ୍ଟ୍ରପତିଙ୍କୁ କେହି ଛୁଇଁବେନି

ଉତ୍ସବ ପୂର୍ବରୁ କୋଭିଡ୍‌ ପରୀକ୍ଷାକୁ ଗୁରୁତ୍ବ

ଭୁବନେଶ୍ବର : ଏପ୍ରିଲ ୩ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହେବାକୁ ଥିବାବେଳେ ଏଥିରେ ଉପରାଷ୍ଟ୍ରପତି ଭେ‌ଙ୍କେୟୋ ନାଇଡୁ ଯୋଗଦେବେ। ତେଣୁ କେତେଜଣ ମଞ୍ଚକୁ ଯିବେ, କିପରି ସମସ୍ତଙ୍କର କୋଭିଡ ପରୀକ୍ଷା ହେବ ସେ ନେଇ କୁଳପତିଙ୍କ ସହ ଆଲୋଚନା କରିଛନ୍ତି ବିଏମ୍‌ସି କମିସନର। ନିଷ୍ପତ୍ତି ନିଆଯାଇଛି ଯେ, କେହି ଉପରାଷ୍ଟ୍ରପତିଙ୍କୁ ସ୍ପର୍ଶ କରିବେନି। ମଞ୍ଚରେ ଉପରାଷ୍ଟ୍ରପତିଙ୍କ ବ୍ୟତୀତ ଯେଉଁମାନେ ଉପସ୍ଥିତ ରହିବେ ସମସ୍ତଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହେବ। ଯେଉଁ ୨୦୦ଜଣ ଛାତ୍ରଛାତ୍ରୀ ଉପରାଷ୍ଟ୍ରପତି ଓ କୁଳାଧିପତିଙ୍କଠାରୁ ମେଡାଲ, ସାର୍ଟିଫିକେଟ୍ ଗ୍ରହଣ କରିବେ ସେମାନଙ୍କର ମଧ୍ୟ ଆର୍‌ଟିପିସିଆର୍ କୋଭିଡ୍‌ ପରୀକ୍ଷା ହେବ।

ସମାବର୍ତ୍ତନ ଉତ୍ସବସ୍ଥଳୀକୁ ଯେଉଁମାନେ ଆସିବେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ। ଆର୍‌ଟିପିସିଆର୍ ପରୀକ୍ଷା ସମାବର୍ତ୍ତନ ଉତ୍ସବ ପୂର୍ବ ଦିନ ହେବାକୁ ଥିବାବେଳେ ଉତ୍ସବ ଦିନ ସମସ୍ତ ଅଂଶଗ୍ରହଣକାରୀଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ। ସଭାସ୍ଥଳରେ ସମସ୍ତଙ୍କ ମଧ୍ୟରେ ୬ଫୁଟ ଦୂରତାରେ ରହିବେ। ଏହାବାଦ୍ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ସମସ୍ତଙ୍କୁ ସାନିଟାଇଜ୍ କରାଯିବା ସହ ମାସ୍କ ଦିଆଯିବ। ବିଏମ୍‌ସି ପକ୍ଷରୁ ପୂରା ବିଶ୍ବବିଦ୍ୟାଳୟକୁ ବିଶୋଧନ କରାଯିବ ।

ସମ୍ବନ୍ଧିତ ଖବର