ସମାଲୋଚନା ମାଧ୍ୟମରେ ସାହିତ୍ୟ ଲୋକାଭିମୁଖୀ ହୁଏ

ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ସ୍ନାତକୋତ୍ତର ବିଭାଗର ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ସମାଲୋଚନା ଓ ସାହିତ୍ୟ କେବଳ ଅଙ୍ଗାଙ୍ଗୀଭାବେ ଜଡ଼ିତ ନୁହେଁ। ସମାଲୋଚନା ମାଧ୍ୟମରେ ସାହିତ୍ୟ ଲୋକାଭିମୁଖୀ ହୋଇଥାଏ। କିନ୍ତୁ ବର୍ତମାନ ସମୟରେ ପର୍ଯ୍ୟାପ୍ତ ଓ ପ୍ର୍ରକୃଷ୍ଟ କ୍ଷେତ୍ରର ନିର୍ମାଣ ସମାଲୋଚନା ଲଗି ନିତ୍ୟାନ୍ତ ଦରକାର। ସମାଲୋଚନା ସହ ସମାଜ ତଥା ରାଜନୀତିର ସମ୍ପର୍କକୁ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ସ୍ନାତକୋତ୍ତର ବିଭାଗ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିବା ବକ୍ତାମାନେ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କାନାଡ଼ାସ୍ଥିତ ୟୁନିଭରସିଟି ଅଫ୍‌ ମୋନ୍‌ଟ୍ରିଅଲ୍‌ର ପ୍ରଫେସର ପଲ୍‌ ସେଣ୍ଟ-ପେରି ଓ ସ୍ପେନ୍‌ସ୍ଥିତ ୟୁନିଭରସିଟି ଅଫ୍‌ ଗାନାଡାର ଇଂରାଜୀ ପ୍ରଫେସର ମାଓରିସିଓ ଡି ଆଗୁଇଲେରା ଲିଣ୍ଡେ ଅତିିଥିଭାବେ ଯୋଗଦେଇଥିଲେ। ସମ୍ମିଳନୀର ନିର୍ଦେଶକ ଇଂରାଜୀ ବିଭାଗ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର, ବିଭାଗୀୟ ମୁଖ୍ୟ ଅସୀମ ରଞ୍ଜନ ପରହି ପ୍ରମୁଖ ଉପସ୍ଥିତ ରହି ଇଂରାଜୀ ସାହିତ୍ୟ ଉପରେ ମତବ୍ୟକ୍ତ କରିଥିଲେ। ତିନିଦିନିଆ ଏହି ସମ୍ମିଳନୀରେ ଓଡ଼ିଶା ବନ୍ଦ ଡାକରା ପାଇଁ ବୁଧବାର କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର