ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମଦନପୁର କ୍ୟାମ୍ପସ୍ ସଭାକକ୍ଷରେ ସଂସ୍କୃତି ପାଠ୍ୟକ୍ରମ ବିଭାଗ ପକ୍ଷରୁ ‘ଦକ୍ଷିଣ ଏସିଆରେ ଆଦିବାସୀ ଜାଗରଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡ.ଚଣ୍ଡୀପ୍ରସାଦ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଦକ୍ଷିଣ ଏସିଆରେ ଆଦିବାସୀଙ୍କ ବିଦ୍ରୋହ ବ୍ୟାପକ ହୋଇଥିଲା। ମାତ୍ର ଇତିହାସ ପୃଷ୍ଠାରେ ଏସବୁ ସ୍ଥାନିତ ହୋଇପାରିନାହିଁ। ଏହାକୁ ନେଇ ପରବର୍ତୀ ସମୟରେ ବିତର୍କ ବି ହୋଇଛି ବୋଲି ସେ କହିଥିଲେ। ୧୭୮୩ରୁ ୧୯୦୦ ମସିହା ମଧ୍ୟରେ ୧୧୦ଟି ଆଦିବାସୀ ଜାଗରଣ ସମ୍ପର୍କରେ ସେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.କମଳାକାନ୍ତ ମିଶ୍ର ଅଧ୍ୟକ୍ଷତା କରି ଆଦିବାସୀ ଏବଂ ସାମୂହିକ ବିପ୍ଳବ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜନୈତିକ ଦିଗ ପ୍ରତି ସେମାନଙ୍କ ଉଦାସୀନତା ସମ୍ପର୍କରେ ମଧ୍ୟ ସେ କହିଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ସୁମନ ଦାସ ସ୍ୱାଗତ ଭାାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସଂସ୍କୃତି ପାଠ୍ୟକ୍ରମ ବିଭାଗର ଅଧ୍ୟାପକ ଡ.ଆଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଦକ୍ଷିଣ ଏସିଆରେ ଆଦିବାସୀଙ୍କ ବିଦ୍ରୋହ ବ୍ୟାପକ ହୋଇଥିଲା
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2017/10/satya-utkal-samskruti-biswabidyalay-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)