ଭୁବନେଶ୍ବର: ବିଭିନ୍ନ ଶିକ୍ଷାନୁଷ୍ଠାନର ବିଏଡ୍ ଓ ଡିଇଏଲଇଡି(ସିଟି) ପାଠ୍ୟକ୍ରମରେ ନାମଲେଖା ଲାଗି ସାରା ରାଜ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ କେତେଜଣ ଛାତ୍ରଛାତ୍ରୀଙ୍କ ସିଟି ପରୀକ୍ଷା ଏହି ଦିନ ରହିଥିଲା। ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେଉଁଟା ଦେବେ କେଉଁଟା ଦେବେନି ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ। ଏନେଇ ଖବର ପ୍ରକାଶ ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତନ କରିଛନ୍ତି। ୮ ତାରିଖରେ ହେବାକୁ ଥିବା ବିଏଡ୍ ପ୍ରବେଶିକା ପରୀକ୍ଷାକୁ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ର ଅପରିବର୍ତ୍ତିତ ଥିବାବେଳେ କେବଳ ତାରିଖକୁ ପରିବର୍ତ୍ତନ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ କହିଛନ୍ତି।
୧୬କୁ ଘୁଞ୍ଚିଲା ଉତ୍କଳ ବିଶ୍ବବିଦ୍ୟାଳୟ ବିଏଡ୍ ପ୍ରବେଶିକା ପରୀକ୍ଷା
/sambad/media/post_attachments/wp-content/uploads/2019/12/utkal-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)