ଭୁବନେଶ୍ବର : ରାଜ୍ୟ ସରକାର ଗର୍ଭବତୀଙ୍କୁ କୋଭିଡ ଟିକା ଦେବା ନିୟମ କରିବା ପରେ ବିଏମ୍ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପ୍ରତି ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୨୫ହଜାର ୬୧୪ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୧୦ଲକ୍ଷ ୨୦ହଜାର ୭୬୯ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୬ଲକ୍ଷ ୪ହଜାର ୮୪୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।
ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା
/sambad/media/post_attachments/wp-content/uploads/2021/06/vaccine.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)