ଭୁବନେଶ୍ବର : ଭୁବନେଶ୍ବରରେ ଥିବା ଜୀବ ବିଜ୍ଞାନ ସଂସ୍ଥାନ (ଆଇଏଲଏସ)ର ବୈଜ୍ଞାନିକ ଓ କର୍ମଚାରୀମାନେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକା ନେଇଛନ୍ତି । ପ୍ରଥମ ଟିକା ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ନେଇଥିଲେ । ଏହା ପରେ ବୈଜ୍ଞାନିକ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୮୦ ଜଣ ଟିକାନେଇଥିଲେ । ଏହି ଟୀକାକରଣ ପରେ ସମସ୍ତେ ସ୍ବାଭାବିକ ଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ କରୋନା ଟୀକାକରଣ ଆରମ୍ଭ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-20-at-14.07.14.jpeg)