କରୋନା ଟିକା ନେଲେ ଆଇଏଲଏସର ବୈଜ୍ଞାନିକ ଓ କର୍ମଚାରୀ

ଭୁବନେଶ୍ବର : ଭୁବନେଶ୍ବରରେ ଥିବା ଜୀବ ବିଜ୍ଞାନ ସଂସ୍ଥାନ (ଆଇଏଲଏସ)ର ବୈଜ୍ଞାନିକ ଓ କର୍ମଚାରୀମାନେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକା ନେଇଛନ୍ତି । ପ୍ରଥମ ଟିକା ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ନେଇଥିଲେ । ଏହା ପରେ  ବୈଜ୍ଞାନିକ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୮୦ ଜଣ ଟିକାନେଇଥିଲେ । ଏହି ଟୀକାକରଣ ପରେ ସମସ୍ତେ ସ୍ବାଭାବିକ ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ କରୋନା ଟୀକାକରଣ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର