ଭୁବନେଶ୍ବର : ଆଜିଠାରୁ ତିନୋଟି ମଲ୍ରେ ବିଏମ୍ସି ବୁଷ୍ଟର ଡୋଜ୍ ଦେବାକୁ ଯୋଜନା କରିଛି। ରୁଦ୍ରପୁର ସିମ୍ଫୋନି ମଲ୍, ପାତ୍ରପଡ଼ା ଡିଏନ୍-ରେଗାଲିଆ ଓ ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରେ ଏଭଳି ବ୍ୟବସ୍ଥା କରାଯାଇଥିବା ବିଏମ୍ସି ସୂଚନା ଦେଇଛି। କୋ-ୱିନ୍ ପୋର୍ଟାଲ୍ରେ ସ୍ଲଟ୍ ବୁକିଂ କରି ଲୋକମାନେ ଏହି ସୁବିଧା ନେଇ ପାରିବେ।
ପୂର୍ବାହ୍ନ ୧୦ଟାରୁ ଗୋଟାଏ ଓ ଅପରାହ୍ଣ ୩ଟାରୁ ୫ଟା ଯାଏ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି। ତା ଛଡ଼ା ପୂର୍ବରୁ ୨୨ଟି କେନ୍ଦ୍ରରେ ବୁଷ୍ଟର ଡୋଜ୍ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ବତଟ ରେଳପଥ ଓ ନୀଳାଦ୍ରିବିହାରରେ ଟିକା କେନ୍ଦ୍ର ଖୋଲା ଯାଇଛି। ଅର୍ଥାତ୍ ଆଜି ଠାରୁ ୨୪ଟି ଜାଗାରେ ଏହି ବୁଷ୍ଟର ଡୋଜ୍ ଉପଲବ୍ଧ ହେବ। ସେଥିରୁ ୨୩ ଟି କେନ୍ଦ୍ରରେ କୋଭାକ୍ସିନ୍ ବ୍ୟବସ୍ଥା ଥିବା ବେଳେ ଗୋଟିଏ କେନ୍ଦ୍ର(ୟୁନିଟ୍-୯ ୟୁପିଏଚ୍ସି)ରେ କୋଭାସିଲ୍ଡ ବ୍ୟବସ୍ଥା ରହିଛି। ଏହା ଛଡ଼ା ଆଉ ୫ଟି କେନ୍ଦ୍ରରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଉଛି କ୍ୟାପିଟାଲ୍ ହସ୍ପିଟାଲ୍, ସତ୍ୟନଗର ୟୁପିଏଚ୍ସି, କପିଳପ୍ରସାଦ ୟୁପିଏଚ୍ସି, ଏମ୍ସ୍, ଚନ୍ଦ୍ରଶେଖରପୁର ୟୁପିଏଚ୍ସି।