ଭୁବନେଶ୍ବର : ଆଜିଠୁ (ଶନିବାର)ଠାରୁ ପୁଲିସ୍କୁ କରୋନା ଟିକା ଦିଆଯିବ। ପୁଲିସ ଡିଜି ଅଭୟ ପ୍ରଥମ ଟିକା ନେବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବର ଓ କଟକରେ ଟିକାକରଣ କେନ୍ଦ୍ର ଖୋଲା ଯାଇଥିବା ନେଇ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ବରରେ ପୁଲିସ୍ ସେବା ଭବନ ମୁଖ୍ୟାଳୟ, ଡିସିପି ଅଫିସ୍, ସପ୍ତମ ବାଟାଲିଅନ୍, ରିଜର୍ଭ ପୁଲିସ୍, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି, ଏସ୍ଓଜି, ଏସଏସ୍ବି; ଏହିପରି ୧୯ଟି ପ୍ରତିଷ୍ଠାନର ୮ହଜାର ୯୩୭ ପୁଲିସ କର୍ମଚାରୀ ଟିକା ନେବେ। ଏଥିପାଇଁ ପୁଲିସ ସେବା ଭବନ, ସପ୍ତମ ବାଟାଲିଅନ୍ ଓ ରିଜର୍ଭ ପୁଲିସ କ୍ୟାମ୍ପସରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି। ସେହିପରି କଟକରେ ରାଜ୍ୟ ପୁଲିସ ମୁଖ୍ୟାଳୟ, ଡିସିପି ଅଫିସ, କ୍ରାଇମବ୍ରାଞ୍ଚ, ଅଗ୍ନିଶମ, ଭିଜିଲାନ୍ସ, ହୋମଗାର୍ଡ ଏହିପରି ୧୧ଟି ପ୍ରତିଷ୍ଠାନର ୬ ହଜାର ୮୬୭ଜଣ ପୁଲିସ କର୍ମଚାରୀ ଟିକା ନେବେ। ନେହରୁ ଇନଡୋର୍ ଷ୍ଟାଡିୟମ୍ରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି।
ଆଜିଠୁ ଦ୍ବୈତନଗରୀରେ ପୁଲିସର ଟିକାକରଣ
ଡିଜି ନେବେ ପ୍ରଥମ ଟିକା, କଟକ-ଭୁବନେଶ୍ବରରେ ପ୍ରସ୍ତୁତି
/sambad/media/post_attachments/wp-content/uploads/2021/01/vaccine-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)