ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସହରରେ ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ବିଏମ୍‌ସି ପକ୍ଷରୁ ଟୀକାକରଣ ଏବଂ ବନ୍ଧ୍ୟାକରଣକୁ ଗୁରୁତ୍ବ ଦିଆଯିବ। ପ୍ରତିବର୍ଷ କିଭଳି କୀକାକରଣ କାର୍ଯ୍ୟକ୍ରମ ଜାରି ରହିବ ତା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଏବିସି କାର୍ଯ୍ୟକ୍ରମ ଜରିଆରେ ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଏମ୍‌ସି କମିସନର ଚଞ୍ଚଳ ରାଣା କହିଛନ୍ତି।

Advertisment

ସେପ୍ଟେମ୍ବର ୧୮ରୁ ୨୫ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ୧୮ରୁ ୨୧ ତାରିଖ ଏବଂ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଞ୍ଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

dog

ବିଏମ୍‌ସି କମିସନର କହିଛନ୍ତି, କୁକୁରଙ୍କ ବନ୍ଧ୍ୟାକରଣ ସହ ପରବର୍ତ୍ତୀ ଯତ୍ନ ଉପରେ ଗୁରୁତ୍ୱ ଦେବୁ। ବାହାର ଦେଶରେ ଚାଲିଥିବା କାର୍ଯ୍ୟକ୍ରମକୁ ମଧ୍ୟ ଆପଣାଇବୁ ବୋଲି କହିଛନ୍ତି ବିଏମସି କମିସନର। ଡ଼ଗ ପିଡିଙ୍ଗ ପଏଣ୍ଟକୁ ବୈଜ୍ଞାନିକ ପଦ୍ଧତିରେ କରାଯିବ। ଏନେଇ ପଶୁପ୍ରେମୀମାନଙ୍କ ମତାମତ ନିଆଯିବ। ଏବିସି କାର୍ଯ୍ୟକ୍ରମକୁ ତିନିରୁ ଚାରି ଗୁଣା ବଢାଇବାକୁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହର ବିକାଶ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରିବୁ। 

ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍ ସି ପକ୍ଷରୁ ବୁଲା କୁକୁର ଗଣନା କରାଯାଇଛି। ଗତ ସେପ୍ଟେମ୍ବର ୧୮ରୁ ୨୫ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ୧୮ରୁ ୨୧ ତାରିଖ ଏବଂ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଞ୍ଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଏମ୍ ସି ଅଞ୍ଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା । ଏଥିପାଇଁ ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍  ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ। ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା । 

Bhubaneswar