ମଞ୍ଚସ୍ଥ ହେଲା ‘ଭଗବାନ ଜଗନ୍ନାଥ କଥା’

ଭୁବନେଶ୍ବର: ମୁମ୍ବାଇର ଭନ୍ଦିରା ଟ୍ରି ନାଟ୍ୟସଂସ୍ଥା ପକ୍ଷରୁ ଆଜି ଭଂଜକଳା ମଣ୍ଡପରେ ହିନ୍ଦୀ ନାଟକ ‘ଭଗବାନ୍ ଜଗନ୍ନା‌ଥ କଥା’‌ ପରିବେଷିତ ହୋଇଯା‌ଇଛି। ନାଟକରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନୀଳମାଧବ ସ୍ବପ୍ନାଦେଶଠାରୁ ଆରମ୍ଭ କରି ଶ୍ରୀଦାରୁ ମହୋଦଧିରେ ଲାଗିବା, ଶ୍ରୀବିଗ୍ରହ ପ୍ରତିଷ୍ଠା, ରଥଯା‌ତ୍ର‌ା ଆରମ୍ଭ ଆଦିର ସଂପୂର୍ଣ୍ଣ ଗାଥାକୁ କଳାକାରମାନେ ସୁନ୍ଦର ଓ ଅତ୍ୟନ୍ତ ଜୀବନ୍ତ ଭାବେ ପରିବେଷଣ କରିଥିଲେ।

ପଣ୍ଡିତ ରବିନାରାୟଣ ରଥଶର୍ମାଙ୍କ ରଚିତ ଏହି ନାଟକକୁ ଧନଞ୍ଜୟ କପୁର ନିର୍ଦ୍ଦେଶନା ଦେଇଥିଲେ। ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ, ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଆଇସିସିଆର୍ ନିର୍ଦ୍ଦେଶକ ମୀନାକ୍ଷୀ ମିଶ୍ର ଓ ବିଶିଷ୍ଟ ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର