‘ବାହନ’ ଦେଉଛି ଗାଡ଼ି ସଂପର୍କରେ ସମସ୍ତ ସୂଚନା, ଏସ୍‌ଏମ୍‌ଏସ୍‌ କରନ୍ତୁ, ଗାଡ଼ି ସଂପର୍କରେ ଜାଣନ୍ତୁ

ଭୁବନେଶ୍ବର : ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‘ବାହନ’ ସେବା ଉପଲବ୍ଧ ହେଉଛି। ଏଥିରେ ଜଣେ ନିଜ ଗାଡ଼ି ସଂପର୍କରେ ସମସ୍ତ ସୂଚନା ଏସ୍‌ଏମ୍‌ଏସ୍‌ ଜରିଆରେ ପାଇପାରିବ। ଗୋଟିଏ ମେସେଜ୍ ଜରିଆରେ ଗାଡ଼ିର ମାଲିକ ସହିତ ଆରଟିଓ ରେଜିଷ୍ଟ୍ରେସନ୍‌ ନମ୍ବର, ଗାଡ଼ି ମଡେଲ, ଆରସି ବୁକ୍, ଇନସ୍ୟୁରାନ୍‌ସ ସଂପର୍କରେ ସୂଚନା ମିଳି ପାରୁଛି।

ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ନିଜ ମୋବାଇଲରେ ଇଂରାଜୀରେ ବଡ଼ ଅକ୍ଷରରେVAHAN ଲେଖିବା ପରେ ସ୍ପେସ୍ ଦେଇ ବଡ଼ ଅକ୍ଷରରେ ଗାଡ଼ିର ନମ୍ବର ଲେଖିବାକୁ ହେବ। ପରେ ଏହାକୁ ୭୭୩୮୨୯୯୮୯୯କୁ ଏସ୍‌ଏମ୍‌ଏସ୍‌ କଲେ ସଙ୍ଗେ ସଙ୍ଗେ ସଂପୃକ୍ତ ବ୍ୟକ୍ତି ଗାଡ଼ି ସଂପର୍କରେ ସମସ୍ତ ସୂଚନା ପାଇପାରିବେ। ଏହାସହ PARIVAHAN.gov.in ୱେବସାଇଟ୍‌କୁ ଯାଇ ମଧ୍ୟ ଜଣେ ବ୍ୟକ୍ତି ଗାଡ଼ି ସଂପର୍କରେ ସୂଚନା ପାଇପାରିବ।

ସମ୍ବନ୍ଧିତ ଖବର