ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ, ଆସାମ ପ୍ରଭାରୀ ଦାୟିତ୍ବ ପରେ ପ୍ରଥମ ଗସ୍ତ

ଭୁବନେଶ୍ୱର: ଆସାମ ପ୍ରଭାରୀ ହେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସାମ ସହପ୍ରଭାରୀ ପବନ ଶର୍ମା ମଧ୍ୟ ଶ୍ରୀ ପଣ୍ଡାଙ୍କ ସହ ଗସ୍ତ କରିଛନ୍ତି। ଶ୍ରୀ ପଣ୍ଡା ଆଜି ଗୌହାଟୀରେ ପହଞ୍ଚିବା ପରେ ହେଂଗ୍ରାବାଡ଼ିସ୍ଥିତ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିଥିଲେ। ପରେ ସେ ଆସାମ ବିଜେପି ସଭାପତି ରଂଜିତ କୁମାର ଦାସଙ୍କ ସହ ଆଲୋଚନା କରିଛନ୍ତି। ଅପରାହ୍‌ଣରେ ସେ ଆସାମ ବିଜେପିର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାଗୁଡ଼ିକର ସଭାପତି, ଆବାହକ, ସାଧାରଣ ସଂପାଦକ, ପ୍ରବକ୍ତା, ମିଡିଆ ଓ ଆଇଟି ସେଲ୍‌ ଆବାହକମାନଙ୍କ ସହ ବୈଠକ କରିଛନ୍ତି। ସେହିପରି ଆସନ୍ତାକାଲି ସେ ଆସାମ ଅର୍ଥମନ୍ତ୍ରୀ ତଥା ନେତା ଆବାହକ ହିମନ୍ତ ବିଶ୍ବଶର୍ମାଙ୍କ ସହ ବୈଠକ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର