ଭୁବନେଶ୍ୱର: ମଣିଷ କେବଳ ଯେ ମଣିଷକୁ ଭଲପାଇବା କିମ୍ବା ପ୍ରେମିକା ପ୍ରେମିକ ବା ପ୍ରେମିକ ପ୍ରେମିକାକୁ ଭଲ ପାଇବାରେ ପ୍ରେମ ଭରି ରହିଥାଏ ତାହା ନୁହେଁ। ଏହଛଡ଼ା ପଶୁପକ୍ଷୀଙ୍କୁ ବି ଭଲ ପାଇବାରେ ମଧ୍ୟ ପ୍ରେମ ଭରି ରହିଥାଏ। ପାଶୁପକ୍ଷୀଙ୍କୁ ଭଲପାଇବା ତାଙ୍କୁ ପ୍ରେମ କରିବା ପାଇଁ ଭାଲେଣ୍ଟାଇନ୍ ଡେ’ରେ ‘ଭାଲେଣ୍ଟାଇନ୍ ଆଞ୍ଜେଲ’ ଆୟୁଷୀ ଶର୍ମା ଏଭଳି ଏକ ବାର୍ତ୍ତା ଦେଇଛନ୍ତି। ତାଙ୍କର ଏହି ବାର୍ତ୍ତା ପ୍ରେମର ସଂଜ୍ଞାକୁ ଆହୁରୀ ଅଧିକ ମଧୁର କରି କରିବା ସହ ଏକ ଉଚ୍ଚତାରେ ପହଞ୍ଚାଇଛି। ସୁଦୂର ମୁମ୍ବାଇରୁ ଆସିଥିବା ପେଟା (ପିପୁଲ ଫର୍ ଦି ଇଥିକାଲ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲସ୍)ର କ୍ୟାମ୍ପେନ୍ ଆସିଷ୍ଟାଣ୍ଟ ଆୟୁଷୀ ଆଜି ଲୋୟର ପିଏମ୍ଜିଠାରେ ଗୋଲାପ ସୁସଜ୍ଜିତ ଏକ ସ୍ଥାନରେ ନାଲି ରଙ୍ଗର ଗାଉନ୍ ପିନ୍ଧି ପରୀ ବେଶରେ ବସି ହାତରେ ‘ହୃଦୟବାନ ହୁଅନ୍ତୁ, ନିରାମିଷ ଖାଅନ୍ତୁ’ ଲେଖା ଥିବା ପ୍ଲାକ୍ କାର୍ଡ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସଚେତନର ବାର୍ତ୍ତା ବାଣ୍ଟିଥିଲେ। ଆୟୁଷୀଙ୍କ ଏଭଳି ପ୍ରୟାସ ଦେଖି ଆଜି ତାଙ୍କ ପାଖରେ ଲୋକମାନଙ୍କ ଭିଡ଼ ଜିମିଥିଲା। ସେ କହିଥିଲେ ଯେ, ତାଙ୍କର ଏହି ବାର୍ତ୍ତା ପଶୁପକ୍ଷୀଙ୍କ ପ୍ରତି ସଦ୍ଭାବ ପୋଷଣ କରିବାକୁ ଉତ୍ସାହିତ କରିବା ସହ ସୁସ୍ଥ ଓ ସାତ୍ତ୍ୱିକ, ନିରାମିଷ ଖାଦ୍ୟ ଖାଇବାକୁ ପ୍ରେରଣା ଦେବ। ମାଂସ ଖାଇବା କାରଣରୁ ହୃଦରୋଗ, କର୍କଟ ଏବଂ ମଧୁମେୟ ଭଳି ରୋଗର ହର ବୃଦ୍ଧି ପାଉଛି। ଏହାଛଡ଼ା ଅବାଧ ପଶୁପକ୍ଷୀ ଶିକାର ଓ ହତ୍ୟା ଦ୍ୱାରା ପରିବେଶ ସନ୍ତୁଳନରେ ମଧ୍ୟ ପ୍ରଭାବ ପଢ଼ୁଛି। ଯଦି ଆମେ ଶାକାହାରୀ ହୋଇପାରିବେ ତେବେ ଏହାର ସମାଧାନ ସହଜରେ ହାସଲ କରିପାରିବା ବୋଲି କହିଥିଲେ। ସାରା ଭାରତ ବର୍ଷରେ ଦୀର୍ଘ ୧୮ ବର୍ଷ ଧରି ଏଭଳି ସଚେତନତା ବାର୍ତ୍ତା ବାଣ୍ଟି ଆସୁଥିବା ‘ପେଟା’ ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ମାଧ୍ୟରେ ଲୋକଙ୍କ ପହଞ୍ଚି ସଚେତନ କରାଇବ ବୋଲି ଆୟୁଷୀ କହିଛନ୍ତି।
ରାଜଧାନୀରେ ଭାଲେଣ୍ଟାଇନ୍ ଆଞ୍ଜେଲ୍: ପଶୁପକ୍ଷୀଙ୍କୁ ଭଲପାଅ
/sambad/media/post_attachments/wp-content/uploads/2018/02/m24.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)