‘ସମ୍ବାଦ ଭବନ’ରେ ଗାନ କରାଗଲା ‘ବନ୍ଦେ ଉତ୍କଳ ଜନନୀ..’

ଭୁବନେଶ୍ୱର: ‘ସମ୍ବାଦ’ ପରିବାର ରାଜ୍ୟର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି। ଭୁବନେଶ୍ୱରସ୍ଥିତ ‘ସମ୍ବାଦ’ ଭବନରେ ‘ସମ୍ବାଦ’ ପରିବାର ପକ୍ଷରୁ ସାମୁହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଛି। ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ‘ବନ୍ଦେ ଉତ୍କଳ ଜନନୀ…’ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ‘ସମ୍ବାଦ’ ପରିବାରର ବରିଷ୍ଠ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମେତ କନକ ନ୍ୟୁଜ, ମଞ୍ଜରୀ ଟିଭି, ରେଡିଓ ଚକ୍‌ଲେଟ ଓ ସମ୍ବାଦ ଡିଜିଟାଲ୍ ବିଭାଗର ଶତାଧିକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସାମିଲ୍‌ ହୋଇ ‘ବନ୍ଦେ ଉତ୍କଳ ଜନନୀ..’ ଗାନ କରିଥିଲେ।  ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକ, ମୁଖ୍ୟପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ମାନବସମ୍ବଳ ବିଭାଗ ଉପ-ମହାପ୍ରବନ୍ଧକ ବୈଜୟନ୍ତୀ କର, ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର,  ମଞ୍ଜରୀ ଟିଭି ମୁଖ୍ୟ ରତିକାନ୍ତ ଶତପଥୀ, କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ର ଓ ରେଡିଓ ଚକଲେଟ୍ ମୁଖ୍ୟ ଆରଜେ ସଂଗ୍ରାମ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ‘ସମ୍ବାଦ ଭବନ’ର ପ୍ରବେଶସ୍ଥଳରେ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

 

ସମ୍ବନ୍ଧିତ ଖବର