ଯୁବତୀଙ୍କଠାରୁ ଭ୍ୟାନିଟି ଝାମ୍ପିନେଲେ

ଭୁବନେଶ୍ବର : ରାଜଭବନ ନିକଟରେ ଥିବା ପେଟ୍ରୋଲ ଟାଙ୍କି ସାମ୍ନାରେ ରବିବାର ଦିନ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ଯୁବତୀଜଣଙ୍କ ଗୋପବନ୍ଧୁ ଛକରୁ ରାଜଭବନ ଆଡ଼କୁ ଆସୁଥିବା ବେଳେ ଗୋଟିଏ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ପିଛା କରି ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଛନ୍ତି। ଭ୍ୟାନିଟ୍‌ରେ ୨୪ ହଜାର ଟଙ୍କା ସହ ଦାମୀ ମୋବାଇଲ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ରହିଥିଲା। ଚଳନ୍ତା ଅବସ୍ଥାରେ ଏହି ଛିନ୍‌ତାଇ ହୋଇଥିବାରୁ ଯୁବତୀ ଜଣକ ଗାଡ଼ିରୁ ତଳେ ପଡ଼ି ଆହତ ହୋଇଛନ୍ତି। ପଛରୁ ଆସୁଥିବା କେତେକ ଯୁବକ ଅଭିଯୁକ୍ତଦ୍ବୟଙ୍କୁ ପିଛା କରିଥିଲେ ମଧ୍ୟ ପାୱାରହାଉସ୍‌ ଛକରୁ ଉଭୟ ସେମାନେ କେଉଁ ଆଡ଼େ ଉଭାନ୍‌ ହୋଇ ଯାଇଥିଲେ। ଏଭଳି ଘଟଣା ପରେ ଦୀର୍ଘ ସମୟ ଧରି ସେଠାରେ ଟ୍ରାପିକ୍‌ ଜାମ୍‌ ‌ହୋଇ ଯାଇଥିଲା। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପୁଲିସକୁ ନୟାନ୍ତ ହେବାକୁ ପଡ଼ିଥିଲା। ଅନ୍ୟପଟେ କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ଥାନାରେ ଅଭିଯୋଗ ହୋଇ ନାହିଁ କି ମୋ ପାଖରେ ଖବର ନାହିଁ।

ସମ୍ବନ୍ଧିତ ଖବର