ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାା ସମୟରେ ହୋଇଥିବା ଗୁଣ୍ଡାଗର୍ଦିକୁ ନେଇ ଆଜି ଛାତ୍ରଛାତ୍ରୀମାନେ କୁଳପତିଙ୍କ ବାସ ଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲି କିଛି ଅଣଛାତ୍ର ଆଉ ବିଶ୍ଵବିଦ୍ୟାଳୟର ଛାତ୍ର ମିଶି କ୍ୟାମ୍ପସରେ ଖଣ୍ଡା ବୁଲେଇବା ସହିତ ଅସାମାଜିକ କାଣ୍ଡ ଘଟେଇଥିଲେ ତାକୁ ପ୍ରତିବାଦ କରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଏହି ସଂକ୍ରାନ୍ତରେ ୬ ଜଣିଆ ପ୍ରତିନିଧି ଦଳ ସହିଦନଗର ଥାନା ଆଇଆଇସିଙ୍କ ସହିତ ଯାଇ କୁଳପତିଙ୍କ ସହିତ ଆଲୋଚନା କରି ଭିଏସଏସ ନଗର ପଟେ ଥିବା ଗେଟ୍ କୁ ବନ୍ଦ କରିବା ଓ ଯେଉଁ ଦୁଇ ଜଣ ଛାତ୍ର ସାମିଲ ଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜଣେଇଥିଲେ ଏବଂ କୁଳପତି ମଧ୍ୟ ତାଙ୍କ ଦାବିକୁ ମାନି ନେଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ହିଂସା ଦେଖାଯାଇଥିଲା। ବାଣୀବିହାର ପରିସରରେ ଏକ ଗୋଷ୍ଠୀର ଛାତ୍ରମାନେ ଖଣ୍ଡା ଓ ଭୁଜାଲି ଧରି ଉପଦ୍ରବ ସୃଷ୍ଟି କରିଥିଲେ। ଉପଦ୍ରବକାରୀ ଛାତ୍ରମାନେ ପୁରୁଣା ଭିସି ଅଫିସ୍ ଆଗରେ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବା ସହିତ ଖଣ୍ଡା ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ। ଏତି ସହିତ କିଛି ଗାଡ଼ି ଫିଙ୍ଗି ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/c5addff6-924c-45b6-a6cc-bb468571ab16.jpg)