କଟକ: ଆପୋଲୋ ହସ୍ପିଟାଲର ଭାସ୍କୁଲାର ସର୍ଜରି ବିଭାଗ ଉଦ୍ଘାଟନୀ ଉତ୍ସବ କଟକ ପ୍ରମୋଦ ହୋଟେଲରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟ ସଚିବ ଦାକ୍ତର ପ୍ରମୋଦ କୁମାର ମେହେର୍ଦା, ସମ୍ମାନିତ ଅତିଥି ଭାବେ ଆଡ୍ଭୋକେଟ ଜେନେରାଲ ଅଶୋକ ପରିଜା ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଏମ୍. ଡିଗ୍ଗୀକର ଏବଂ ଆପୋଲୋ ହସ୍ପିଟାଲର ବରିଷ୍ଠ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆପୋଲୋ ହସ୍ପିଟାଲରେ କରାଯାଇଥିବା ବିରଳ ହୃଦ୍ଶଲ୍ୟ ଚିକିତ୍ସାର ବିବରଣୀ ଥିବା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଚିକିତ୍ସା ବିଶେଷଜ୍ଞ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp