ଭୁବନେଶ୍ୱର: ରାଜଧାନୀରେ ପରିବା ଦର ଆକାଶ ଛୁଆଁ। ବର୍ଷା ଆରମ୍ଭ ନ ହେଉଣୁ ହଠାତ୍ ପରିବା ଦର ବଢ଼ିଯାଇଛି। ୪ ଦିନ ତଳେ ପିଆଜ ଦର ୧୬ରୁ ୨୦ ଟଙ୍କା ପହଞ୍ଚିଥିବା ବେଳେ ଏବେ ତାହା ୨୬ ଟଙ୍କାରେ ପହଞ୍ଚିଛି। ହୋଲ୍ସେଲ୍ରେ ପିଆଜ ଦର ଟିକେ କମ୍ ରହୁଥିବା ବେଳେ ଖୁଚୁରା ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି। ମନଇଚ୍ଛା ଦର ବଢ଼ାଇ ଚାଲିଛନ୍ତି। ସେହିପରି ଅତ୍ୟାବଶ୍ୟକ ଆଳୁ ଦର ଏବେ ୨୦ ଛୁଇଁଛି। ସପ୍ତାହକ ତଳେ କିଲୋ ପିଛା ୧୬ ଟଙ୍କା ଥିବା ବେଳେ ଏବେ ତାହା ୪ ଟଙ୍କା ବୃଦ୍ଧି ପାଇ ୨୦ରେ ପହଞ୍ଚିଛି। ପ୍ରମୁଖ ବଜାର ଏକ ନମ୍ବରହାଟ, ସହିଦନଗର, ରସୁଲଗଡ଼, ଚନ୍ଦ୍ରଶେଖରପୁର ଆଦି ପ୍ରମୁଖ ମାର୍କେଟ୍ରେ ଆଳୁ କିଲୋ ପିଛା ୧୮ ଟଙ୍କା ରହିଛି। ସବୁଠାରୁ ଚିନ୍ତାଜନକ ହୋଇଛି ପରିବା ଦର। ବର୍ଷା ଆରମ୍ଭ ନ ହେଉଣୁ ଅଧିକାଂଶ ପରିବା କିଲୋ ପିଛା ମୂଲ୍ୟ ୬୦ ଟଙ୍କା ପାର ହୋଇଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ବିନସ୍ ଖୁଚୁରା ବଜାରରେ କିଲୋ ପିଛା ଶହେ ଟପି ୧୨୦ରେ ପହଞ୍ଚିଛି। ବାଇଗଣ, ପୋଟଳ ଓ ଝୁଡ଼ଙ୍ଗ ମୂଲ୍ୟ ୬୦ଟଙ୍କାରେ ପହଞ୍ଚିଛି। କାକୁଡ଼ି କିଲୋ ପିଛା ଦର ମଧ୍ୟ ୬୦ରେ ପହଞ୍ଚିଛି। ସେହିପରି ବନ୍ଧାକୋବି, ଟମାଟୋ, ସଜନା ଛୁଇଁ, ଭେଣ୍ଡି, କାଙ୍କଡ଼ ଆଦି ପରିବା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ପରିବା ଦରର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜଧାନୀରେ ପରିବା ଦର ଆକାଶଛୁଆଁ : ବିନ୍ସ ଛୁଇଁଲା ୧୨୦
/sambad/media/post_attachments/wp-content/uploads/2018/07/Vegetable-market.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)