ବର୍ଷା ବଢ଼ାଇଲା ରାଜଧାନୀରେ ପରିବା ଦର, ଭୁବନେଶ୍ବରରେ କାହାର ଦର କେତେ ଜାଣନ୍ତୁ

ଭୁବନେଶ୍ବରରେ: ଲଗାଣ ବର୍ଷା ଦୁଇ ଦିନ ପାଇଁ ଛାଡ଼ିଛି। ଅଗଷ୍ଟ ୧୮ ତାରିଖ ଠାରୁ ପୁଣି ଥରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଗତ ଦିନରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଚାଷଜମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପରିବା ଚାଷ ଉପରେ ଜଳମଗ୍ନ ହୋଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ଭୁବନେଶ୍ବରର ବଜାରକୁ ଯଦିଓ ବାହାର ରାଜ୍ୟରୁ କିଛି ପନିପରିବା ଆସୁଛି, ତଥାପି କଟକ ଜିଲ୍ଲା ଆଠଗଡ଼, ବାଙ୍କୀ, ପିପିଲି ଅଞ୍ଚଳରେ ପରିବା ଚାଷୀମାନେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ତେଣୁ ଏବେ ଭୁବନେଶ୍ବରକୁ ଏହି ସବୁ ଅଞ୍ଚଳରୁ କମ ପରିମାଣରେ ପରିବା ଆସୁଛି। ବର୍ଷା ଯୋଗୁଁ କେବଳ ଚାଷୀମାନେ ପ୍ରଭାବିତ ହୋଇ ନାହାନ୍ତି। ବରଂ ଗ୍ରାହକମାନେ ମଧ୍ୟ ଅସୁବିଧାର ସାମ୍ନା କରିଛନ୍ତି। ସବୁଠାରୁ ଗରିବ ମଧ୍ୟମ ଧରଣର ପରିବାରକୁ ବାଧୁଛି। କାରଣ ପନିପରିବା ଦର ବଢ଼ିଥିବାରୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡୁଛି।

୪ ନମ୍ବର ପରିବା ମାର୍କେଟରେ କିଲୋ ପିଛା ପରିବା ଦର

ଟମାଟୋ ୪୦ରୁ ୫୦ ଟଙ୍କା
ବାଇଗଣ ୫୦ ଟଙ୍କା
ବଡ଼ କାଙ୍କଡ଼ ୬୦ରୁ ୮୦ ଟଙ୍କା
ଦେଶୀ କାଙ୍କଡ଼ ୨୦୦ ଟଙ୍କା
ପୋଟଳ ୫୦ ଟଙ୍କା
କଖାରୁ ୪୦ରୁ ୬୦ ଟଙ୍କା
ଝୁଡଙ୍ଗ ୪୦ ଟଙ୍କା
ଭେଣ୍ଡି ୭୦ ଟଙ୍କା
ବନ୍ଧାକୋବି ୬୦ ଟଙ୍କା
ଫୁଲକୋବି ଗୋଟେ ୫୦ରୁ ୭୦ ଟଙ୍କା
ସେହିଭଳି ଆଳୁ କିଲୋ ପାଖାପାଖି ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର