ଭୁବନେଶ୍ୱର: ପଞ୍ଚକ ଆରମ୍ଭ ହେଉ ହେଉ ପରିବା ଦର ବଢ଼ିଗଲାଣି। ଏକ ନମ୍ୱର ହାଟ ଠାରୁ ଆରମ୍ଭ କରି ୪ ନମ୍ୱର, ଇନ୍ଦ୍ରଧନୁ, ସିଆରପି ସବୁଠି ଅଧିକାଂଶ ପରିବା ଦର ୮୦ ଟଙ୍କା ଉପରେ ରହିଛି। ପାଞ୍ଚ ଶହ ଟଙ୍କାରେ ବି ବ୍ୟାଗ୍ ଭର୍ତ୍ତି ହେଉନି। ୧ ନମ୍ବର ହାଟରେ ବାଇଗଣ କିଲୋ ୭୦ ରହିଥିବା ବେଳେ, ଟମାଟୋ ୫୫, ବିନ୍ସ ୭୦, ଭେଣ୍ଡି ୭୦, କଲରା ୮୦, ପାଳୁଅ ୬୦, ଆଳୁ ୩୫, ଫୁଲକୋବି ୪୦ , ଭଣ୍ଡା ୩୦, କଦଳୀ ଗୋଟା ୧୦, ଦେଶୀ କାଙ୍କଡ଼ ୧୫୦ ଟଙ୍କା ରହିଛି।
ସିଆରପିରେ କଲରା ୧୦୦, ଭେଣ୍ଡି ୮୦, ପାଳୁଅ ୬୦, କଖାରୁ ୪୦, ଆଳୁ ୩୫, ଫୁଲକୋବି ୫୦, ଟମୋଟୋ ୬୦, ଝୁଡ଼ଙ୍ଗ ୮୦ ଓ ବିନ୍ସ ୧୦୦ ଟଙ୍କା ରହିଛି। କୋଚିଲେଇ ହାଟରେ ବାଇଗଣ ୮୦, ଭେଣ୍ଡି ୬୦, କଳରା ୭୦, କଦଳୀ ଗୋଟା ୧୦, ଟମାଟୋ ୮୦, ଫୁଲ କୋବି ୪୦, ଶାଗ ୩ ବିଡ଼ାକୁ ୨୫ ଟଙ୍କା ରହିଛି। ଏକ ନମ୍ୱର ମାର୍କେଟର ବ୍ୟବସାୟୀ ରଘୁଙ୍କ କହିବା ଅନୁଯାୟୀ ଆମକୁ କିଣା ପ୍ରାୟ ୫ ଟଙ୍କା ଅଧିକ ପଡ଼ୁଛି। ଖୁଚୁରା ବ୍ୟବସାୟୀମାନେ ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି।