ଚୋରା ଶାଗୁଆନ କାଠ ସହ ଟାଟା ଏସ୍‌ ଜବତ

ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ଥାନା ଅଧୀନ ଗୋଡ଼ିସାହି ପାଣ୍ଡି ପୁଲିସ ୧୪ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହ ଏକ ଟାଟା ଏସ୍‌ ଗାଡ଼ି (ଓଆର୦୫ଏଆର-୭୨୪୮) ଜବତ କରିଛି। ଜବତ କାଠର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏକ ଟାଟା ଏସ୍‌ ଶାଗୁଆନ କାଠ ବୋଝେଇ କରି ନରାଜରୁ ବାରଙ୍ଗ ଅଭିମୁଖେ ଆସୁଥିବା ବେଳେ ଫାଣ୍ଡି ପୁଲିସ୍‌ ଅରିଲୋଠାରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ଚାଳକ ପୁଲିସକୁ ଦେଖି ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ପକାଇଥିଲା।

ପୁଲିସ ପିଛା କରିବାରୁ ଟାଟା ଏସ୍‌କୁ ଛାଡ଼ି ଆଗରେ ପାଇଲଟିଂ କରି ଯାଉଥିବା ଜଣେ ବାଇକ୍‌ ଚାଳକ ପଛରେ ବସି ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିକୁ ଥାନାକୁ ଆଣି ଏକ ମାମଲା ରୁଜୁ କରିଛି। ଡମପଡ଼ା ବନ ବିଭାଗକୁ ଚୋରା କାଠ ସହିତ ଗାଡ଼ିକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର