ମଣ୍ଡପକୁ ନା, ମନ୍ଦିରରେ ଗାଡ଼ିପୂଜା

ଭୁବନେଶ୍ୱର : କରୋନା ମାର୍ଗଦର୍ଶିକା ଅନୁଯାୟୀ, ମଣ୍ଡପକୁ ଶ୍ରଦ୍ଧାଳୁ ଯିବା ନିଷେଧ କରାଯାଇଥିବାରୁ ଗତକାଲି ଦୁର୍ଗାଷ୍ଟମୀରୁ ମଣ୍ଡପରେ ମହିଳା ଭକ୍ତଙ୍କ ପାଇଁ ଶାଢ଼ି ପୂଜା ବାରଣ କରାଯାଇଥିଲା। ଆଜି ନବମୀ‌‌ରେ ମଧ୍ୟ ମଣ୍ଡପରେ ଗାଡ଼ିପୂଜାକୁ ବାରଣ କରାଯାଇଛି। ଫଳରେ ଲୋକେ ଗାଡ଼ି ପୂଜା ପାଇଁ ବିଭିନ୍ନ ଦେବୀଙ୍କ ମନ୍ଦିରରେ ଭିଡ଼ କରିଛନ୍ତି। ମନ୍ଦିର ସମ୍ମୁଖ ଦ୍ୱାର ବନ୍ଦ ଥିବା ବେଳେ ପଛ ଦ୍ୱାରରେ ପୂଜକ ଡାଲା ଭୋଗ କରି ଗାଡ଼ି ପୂଜା କରିଥିବା ଦେଖିବାକୁ ମିଳିଛି। ଆଉ କିଛି ଲୋକ ଘରକୁ ବ୍ରାହ୍ମଣ ଡକାଇ ପୂଜା କରିଛନ୍ତି।

ସମ୍ବନ୍ଧିତ ଖବର