ଚନ୍ଦ୍ରଶେଖରପୁର: ବିଜୁ ପଟ୍ଟନାୟକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍(ବିଆଇଆଇଟିଏମ୍) ପକ୍ଷରୁ ଗ୍ରାଜୁଏଟ୍ ମିଟ୍ ଓ ଭାଇବ୍ରାନ୍ସ-୨୦୨୩ ଅନୁଷ୍ଠିତ ହୋଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିପିୟୁଟି କୁଳପତି ପ୍ରଫେସର ବଂଶୀଧର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ପ୍ରଫେସର ମିହିର ରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡିନ୍(ଏକାଡେମିକ୍) ପ୍ରଫେସର ଅଶୋକ କୁମାର ରଥ, ପି ଆଣ୍ଡ ଟି ଜିଏମ୍ ହେଡ୍ ପ୍ରଫେସର କେ. ଚନ୍ଦ୍ରଶେଖର, ଉପଦେଷ୍ଟା ପ୍ରଫେସର୍ ପି.ଆର୍ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରଥମ ଦିନର ଉଦଯାପନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର୍ ସରଣଜିତ୍ ସିଂ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଦ୍ବିତୀୟ ଦିବସରେ ଅନୁଷ୍ଠିତ ଭାଇବ୍ରାନ୍ସ-୨୦୨୩ରେ ଫେଡେରାଲ ବ୍ୟାଙ୍କର ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ମନୋଜ କୁମାର ମହାପାତ୍ର ମୁଖ୍ୟଅତିଥି, ରୁଚି ଫୁଡଲାଇନ୍ର ଏଚ୍ଆର ଗ୍ରୁପ ହେଡ୍ ଅମ୍ବରୀଶ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।